ଡାକ୍ତରଙ୍କୁ ସିବିଆଇର ଜେରା: ମୁମ୍ବାଇ ପୋଲିସର କହିବାନୁଯାୟୀ ତରବରିଆ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିଲୁ, ରିପୋର୍ଟରେ ଅନେକ ତ୍ରୁଟି

Published By : Prameya-News7 Bureau | August 22, 2020 IST

ନୂଆଦିଲ୍ଲୀ ୨୨।୦୮: ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ପୋଷ୍ଟମର୍ଟମ କରିଥିବା ଡାକ୍ତର ଏକ ବଡ ଖୁଲାସା କରିଛନ୍ତି। ସିବିଆଇର ପଚରାଉଚୁରାରେ ସୁଶାନ୍ତଙ୍କ  ପୋଷ୍ଟମର୍ଟମ କରିଥିବା ଡାକ୍ତର କହିଛନ୍ତି ମୁମ୍ବାଇ ପୋଲିସ ଆମକୁ ଶୀଘ୍ର ପୋଷ୍ଟମର୍ଟମ ସାରିବାକୁ କହିଥିଲେ। ଶନିବାର ସିବିଆଇର ଏକ ଟିମ୍ କୁପର ହସ୍ପିଟାଲ ପହଞ୍ଚିଛନ୍ତି। ଏଠାରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ଟିମ୍‌ ଜେରା  କରିଛନ୍ତି।

ସୁଶାନ୍ତଙ୍କ ଅସ୍ଵାଭାବିକ ମୃତ୍ୟୁ କେସ୍‌ରେ ମୁମ୍ବାଇ ପହଞ୍ଚିଥିବା ସିବିଆଇର ଟିମ୍ ଦ୍ଵିତୀୟ ଦିନ ଅର୍ଥାତ ଶନିବାର ମଧ୍ୟ ତତ୍ପରତାର ସହ ତଦନ୍ତ କାର୍ଯ୍ୟରେ ଜୁଟିଛନ୍ତି। ସିବିଆଇକୁ ଶୁକ୍ରବାର ଅପରାହ୍ନ ସୁଦ୍ଧା ଶବବ୍ୟବଚ୍ଛେଦର ରିପୋର୍ଟ ମିଳି ଯାଇଥିଲା, ଏହା ପରେ ଶନିବାର ଏକ ଟିମ୍ କୁପର ହସ୍ପିଟାଲ ପହଞ୍ଚିଛି। ହସ୍ପିଟାଲରେ ସୁଶାନ୍ତଙ୍କ ଶବର ପୋଷ୍ଟମର୍ଟମ କରିଥିବା ୫ ଡାକ୍ତରଙ୍କୁ ସିବିଆଇ ପଚରା ଉଚୁରା କରିଛି। କେବଳ ଏତିକି ନୁହେଁ ପୋଷ୍ଟମର୍ଟମ ରିପୋର୍ଟରେ ଅନେକ ପ୍ରକାରର ତ୍ରୁଟି ଥିବା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଯେବେ ସିବିଆଇର ଟିମ୍‌ ଡାକ୍ତରଙ୍କୁ ପ୍ରଶ୍ନ କଲେ ଯେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ପାଇଁ ଏତେ ବ୍ୟଗ୍ର କଣ ପାଇଁ ଥିଲେ। ତେବେ ଏଥିରେ ସାମିଲ ଜଣେ ଡାକ୍ତର କହିଛନ୍ତି ସେମାନଙ୍କୁ ମୁମ୍ବାଇ ପୋଲିସ ଶୀଗ୍ର ପୋଷ୍ଟମର୍ଟମ ସାରିବାକୁ କହିଥିଲେ। ଉଲ୍ଲେଖଯୋଗ୍ୟ, ଜୁନ ୧୪ରେ ସୁଶାନ୍ତଙ୍କ ଅସ୍ଵାଭାବିକ ମୃତ୍ୟୁ ଘଟିଥିଲା। ଏହା ପରେ ଜୁନ ୧୪ ରାତିରେ ହିଁ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.