Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପାର୍ଟି ଚାଲିଥିଲା, ନାଚୁ ନାଚୁ କିଛି କ୍ଷଣରେ ଚାଲିଗଲା ଡାକ୍ତରଙ୍କ ଜୀବନ, ମୃତ୍ୟୁ ବେଳର ଭିଡିଓ ଭାଇରାଲ୍

19/10/2021 at 5:09 PM

ଭୁବନେଶ୍ଵର ୧୯।୧୦: ପାର୍ଟି ଚାଲିଥିଲା। ସମସ୍ତେ ନାଚ ଗୀତରେ ଥିଲେ ମସଗୁଲ। ହେଲେ କେଇ କ୍ଷଣରେ ଚାଲିଥିବା ରଙ୍ଗୀନ ଆସର ଦୁଃଖର ମାହୋଲରେ ପରିଣତ ହୋଇଗଲା। ନାଚୁ ନାଚୁ ଜଣେ ଡାକ୍ତରଙ୍କ ପ୍ରାଣ ବାୟୁ ଉଡିଗଲା। ପାର୍ଟିରେ ଥିବା ଅନ୍ୟ ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ଚେଷ୍ଟା କରିଥିଲେ, ହେଲେ ସଫଳ  ହୋଇ ପାରିନଥିଲେ। ଡାକ୍ତରଙ୍କ ମୃତ୍ୟୁର  ଭିଡିଓ ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳର ଏକ ହୋଟେଲ୍ ଜହାଁନୁମାର ହୋଇଥିବା କୁହାଯାଉଛି। ଡାକ୍ତର ପାର୍ଟିରେ ଯୋଗ ଦେବାକୁ ଆସିଥିଲେ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ପାର୍ଟି ଚାଲିଛି। ସମସ୍ତେ ଗୀତର ତାଳେ ତାଳେ ନାଚୁଛନ୍ତି। ହେଲେ ଅଚାନକ ଜଣେ ବ୍ୟକ୍ତି  ଅଟକି ଯାଉଛନ୍ତି ଏବଂ ତଳେ ଖସିପଡୁଛନ୍ତି। ତାଙ୍କ ପାଖରେ ଥିବା ଡାକ୍ତର ତୁରନ୍ତ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଛନ୍ତି। ହେଲେ ଡାକ୍ତରଙ୍କୁ ସେମାନେ ବଞ୍ଚାଇ ପାରି ନାହାନ୍ତି। ୨ ମିନିଟ୍ ୫୦ ସେକେଣ୍ଡର ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଫୋରେନ୍ସିକ ମେଡିସିନ ବିଶେଷଜ୍ଞ ଥିଲେ ଡାକ୍ତର

ଡାକ୍ତରଙ୍କ ନାମ ସିଏସ ଜୈନ। ସୂଚନା ଅନୁଯାୟୀ, ସେ ଡାକ୍ତରଙ୍କ ପାର୍ଟିରେ ଯୋଗ ଦେଇଥିଲେ। ହେଲେ ନାଚ ଗୀତ ସମୟରେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତର ଜୈନ ଭୋପାଳର ପ୍ରସିଦ୍ଧ ଫୋରେନ୍ସିକ ମେଡିସିନ ବିଶେଷଜ୍ଞ ଥିଲେ।

   Related Posts