Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ମା ରତନେଇ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ପର୍ଯ୍ୟଟକଙ୍କୁ ମିଳିବ ସୁବିଧା

14/04/2021 at 8:25 PM

ସାନଖେମୁଣ୍ଡି ୧୪।୦୪ :ବୁଧବାର ମଧ୍ୟାହ୍ନ ସମୟରେ ଅଚାନକ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତ ତରାୟ ବାବୁ ସାହେବ ସାନଖେମୁଣ୍ଡି  ବ୍ଲକ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ସହ ବିଡିଓ ଙ୍କ ସହ ଆଲୋଚନା କରିଛନ୍ତି। ପରେ ବ୍ଲକର ବହୁ ବର୍ଷ ପୁରାତନ ମନ୍ଦିର ମା ରତନେଇ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ସାନଖେମୁଣ୍ଡି ବ୍ଲକ ଏସ ଗୋପାଳପୁର ପଞ୍ଚାୟତ ର ପାହାଡ଼  ଉପରେ ଅବସ୍ଥାପିତ ହୋଇଛି ଏହି ମନ୍ଦିର। ବ୍ଲକର ଆଖ ପାଖ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଏଠି ପଯ୍ୟଟକଙ୍କ ଭିଡ ଜମେ। ପୂର୍ବରୁ ପାହାଡ଼ ଉପରକୁ ଯିବାକୁ ହେଲେ ଅବଡା ଖାବଡା ରାସ୍ତା ଦେଇ ଘଞ୍ଚ ଜଙ୍ଗଲରେ ବହୁ କଷ୍ଟରେ ଆଠ କିମି ଯିବାକୁ ପଡୁଥିଲା। କିନ୍ତୁ ଚଳିତ ବର୍ଷ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ଜନ ପ୍ରତିନିଧିଙ୍କ ସହିତ ଆଲୋଚନା କରି ଗୋପବନ୍ଧୁ ଗ୍ରାମୀଣ ସଡ଼କ ଯୋଜନା ଏବଂ ମନରେଗାରେ ମନ୍ଦିର ରାସ୍ତାକୁ ଦୀର୍ଘ ଚାରିରୁ ପାଞ୍ଚ କିଲୋମିଟର ପ୍ରଶସ୍ତି କରଣ କରିବା ସହ ମାଟି ରାସ୍ତା ନିର୍ମାଣ କରାଯାଇଛି। ଯାହା ଦ୍ୱାରା ବର୍ତ୍ତମାନ ମନ୍ଦିର ନିକଟକୁ ରାସ୍ତା କାର୍ଯ୍ୟ ଚାଲୁ ରହିଥିବା ବେଳେ ସୁବିଧାରେ ପର୍ଯ୍ୟଟକ ଯାଇପାରୁଛନ୍ତି।

ଆଗକୁ ଆହୁରି ଅନେକ ଉନ୍ନୟନ କାର୍ଯ୍ୟ କରାଯାଇ ରାସ୍ତା ଉନ୍ନତିକରଣ କରିବା ସହ ପର୍ଯ୍ୟଟକ ପାଇଁ ସମସ୍ତ ସୁବିଧା ସୁଯୋଗ ଦିଆଯିବ ବୋଲି ପିଡ଼ି କହିଛନ୍ତି। ପିଡ଼ି ଗସ୍ତ ସମୟରେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ଏସ ଗୋପାଳପୁର ସରପଞ୍ଚ ନିରାକାର ପ୍ରଧାନ, ବ୍ଲକ ସହକାରୀ ଯନ୍ତ୍ରୀ ଭିକାରି ଖଣ୍ଡୁଆଳ, କନିଷ୍ଠ ଯନ୍ତ୍ରୀ ଉମା ପ୍ରଧାନ, ଏପିଓ ଅରୁଣ କୁମାର ସ୍ୱାଇଁ, ଜିଆରଏସ ଉପସ୍ଥିତ ଥିଲେ।

   Related Posts