ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

Published By : Prameya-News7 Bureau | January 15, 2021 IST

ଭଦ୍ରକ୧୫/୧: ଶ୍ରମିକମାନଙ୍କ ସହ ମିଶି ନିଜେ ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରାଯାଉଛି। ଏହି ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ କାର୍ଯ୍ୟରତ ଶ୍ରମିକମାନଙ୍କ ସହ ନିଜେ ମାଟି ଖୋଳିଲେ ପ୍ରକଳ୍ପ ନିର୍ଦ୍ଦେଶକ।

ଭଦ୍ରକ ବ୍ଲକ ପରସିଙ୍ଗା ପଞ୍ଚାୟତରେ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଏମଜିଏନଆରଇଜିଏସରେ କାର୍ଯ୍ୟରେ ଶ୍ରମିକମାନେ ମାଟି ଖୋଳୁଥିବା ବେଳେ ସେମାନଙ୍କ ସହ ଭାବର ଆଦାନ ପ୍ରଦାନ କରିବା ସହ ନିଜେ ମାଟି ଖୋଲିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ। ଏଥିସହ ଉକ୍ତ ପଞ୍ଚାୟତର ଲୋକ ମାନଙ୍କ ସହ ସୁଖ ଦୁଃଖ ମଧ୍ୟ ବାଣ୍ଟିବା ସହ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ କିପରି ତ୍ବରାନିତ କରାଯିବ।

 ଏ ନେଇ ମଧ୍ୟ ଆଲୋଚନା କରିଥିଲେ। ଅତିରିକ୍ତ ଜ଼ିଲ୍ଲାପାଳ ଶ୍ୟାମ ଭକ୍ତ ମିଶ୍ର, ବିଡ଼ିଓଙ୍କ ସହ ବହୁ ଅଧିକାରୀ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.