ଦକ୍ଷିଣପୁରରେ ଧାନ ମଣ୍ଡି ଶୁଭାରମ୍ଭ କଲେ ଜିଲ୍ଲାପାଳ, କ୍ଵିଣ୍ଟାଲ ପିଛା ୧୮୬୮ ଟଙ୍କାରେ ଚାଷୀଙ୍କଠୁ କିଣାଯାଉଛି ଧାନ

Published By : Prameya-News7 Bureau | December 16, 2020 IST

ଗଞ୍ଜାମ ୧୬/୧୨: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଧାନ ମଣ୍ଡି ଶୁଭାରମ୍ଭ କରିଥିଲେ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଥମ ଚାଷୀ ଭାବେ ଅରକ୍ଷିତ ଗୌଡ଼ ନାମକ ଜଣେ ଚାଷୀଙ୍କ ଠାରୁ ୧୮୬୮ ଟଙ୍କା ଦରରେ ୫୦ କୁଇଣ୍ଟାଲ ଧାନ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ନୂତନ ଧାନ କ୍ରୟ ନୀତି ଅନୁଯାୟୀ କ୍ରୟ କରାଯାଇଛି। କ୍ରୟ କରାଯାଇଥିବା ଧାନକୁ ବିନାୟକ ରାଇସ୍ ମିଲ୍ ମାଲିକ ରବୀନ୍ଦ୍ର ବିଶ୍ୱାଳ ସେବା ସମବାୟ କାର୍ଯ୍ୟାଳୟରୁ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନଙ୍କ ଠାରୁ ଧାନ କ୍ରୟ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ସଂମାନିତ ଅତିଥି ରୂପେ ଗଞ୍ଜାମ ପିଡ଼ି ସିନ୍ଧେ ଦତାତ୍ରେୟ ଭାଉ ସାହେବ, କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡିଓ ଗଦାଧର ପାତ୍ର, ବ୍ଲକ ଯୋଗାଣ ଅଧିକାରୀ ଜି.ପ୍ରଶାନ୍ତ କୁମାର ରାଓ,ଏଆରସିଏସ୍ଓ ଶିବ ପ୍ରସାଦ ସ୍ୱାଇଁ, ଚିଫ୍ ସିଏସ୍ଓ ଉମା ଶଙ୍କର ପତି,ଏସସିଏସ୍ଓ ସକଳେଶ୍ୱର ମହାନ୍ତି, ବିଏମସି ଏସସିଏସ୍ଓ ଅସିତ ମହାନ୍ତି,ସହକାରୀ କୃଷି ଅଧିକାରୀ ବିଶ୍ୱରଞ୍ଜନ ବେହେରା, ଭବାନୀ ଶଙ୍କର ବିଶ୍ୱାଳ, ଶିବରାମ ପାତ୍ର, ପରିଚାଳନା କମିଟି ସଭାପତି ପ୍ରମୋଦ ପଣ୍ଡା, ଦକ୍ଷିଣପୁର ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ଚୌଧୁରୀ, ସମବାୟବିତ୍ ସୁଧୀର କୁମାର ରାଉତ,ଦକ୍ଷିଣପୁର ସରପଞ୍ଚ ବିଷ୍ଣୁପ୍ରିୟା ପାତ୍ର,ପୂର୍ବତନ ନିର୍ଦ୍ଦେଶକ ଗୋବିନ୍ଦ ଗୌଡ଼ଙ୍କ ସମେତ ଟୋକେନ୍ ପାଇଥିବା ଚାଷୀମାନେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.