କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦେଖି ଭୟଭୀତ ନ ହେବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ, ମହଜୁଦ ଅଛି ଅମ୍ଳଜାନ

Published By : Prameya-News7 Bureau | May 04, 2021 IST

ଭଦ୍ରକ ୦୪।୦୫: ଭଦ୍ରକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଜିଲ୍ଲା ପ୍ରଶାସନ ମଧ୍ୟ ଚେନକୁ ବ୍ରେକ କରିବା ପାଇଁ ଜୋରଦାର ଉଦ୍ୟମ କରୁଛି । ତେବେ ଦିନେ ଦିନେ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନେକ ସମୟରେ ଅକ୍ସିଜେନ ଅଭାବରୁ କାରୋନା ରୋଗୀ ଙ୍କ ମୃତ୍ୟୁ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ସ୍ପଷ୍ଟୀକରଣ  ଦେଇଛି ।

ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ରେ ସଂକ୍ରମିତଙ୍କ ସଖ୍ୟ ବଢୁଥିବା ବେଳେ ଲୋକ ଙ୍କୁ ଭୟଭୀତ ନହେବା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅପିଲ କରିଛନ୍ତି । ତେବେ ପୂର୍ବରୁ ଦିନକୁ ୨୦୦ ଆରଟିପିସିଆର ଟେଷ୍ଟ ହେଉଥିବା ବେଳେ ଏବେ ୫୦୦ ରୁ ଅଧିକ ଆରଟିପିସିଆର ଟେଷ୍ଟ ହେଉଛି । ଅଣ୍ଟିଜେନ ଟେଷ୍ଟ ସଂଖ୍ୟା ୮୦୦ ରୁ ବଢି ୧୨୦୦ରେ ପହଞ୍ଚିଛି । ତେବେ ଆରଟିପିସିଆର ଟେଷ୍ଟ ରିପୋର୍ଟ ୩ ଦିନରେ ଥରେ ଆସୁଥିବାରୁ ଗୋଟିଏ ଦିନ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହେଉଛି । ତେବେ ମେଡିକାଲ ପରିସର ରେ କୋଭିଡ ୱାର୍ଡ ହୋଇଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ସିକ୍ୟୁରିଟି ଗାର୍ଡଙ୍କୁ ନିଯୁକ୍ତି ଦିଆଯାଇଛି ।

ତେବେ ଅମ୍ଳଜାନର ଷ୍ଟକ ରହିଛି । ଖାଲି ହେଉଥିବା ସିଲିଣ୍ଡରକୁ ଯଥା ଶୀଘ୍ର ଭର୍ତ୍ତି କରାଯାଉଥିବାରୁ ଭୟଭୀତ ନ ହେବା ପାଇଁ ଅନୁରୋଧ କରୁଛନ୍ତି । ତେବେ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ପର୍ଯ୍ୟାପ୍ତ ପରିମାଣ ର ଅମ୍ଳଜାନ ମହଜୁଦ ରହିଛି ଓ ଡାକ୍ତରଙ୍କ ପରାମର୍ଶ ଓ ପ୍ରଟୋକଲ ଅନୁଯାୟୀ ଅମ୍ଳଜାନ ଦିଆଯାଉଛି । ୪ ତାରିଖ ରେ ୧୧ ଲିଟରର ୨୮୮ ସିଲିଣ୍ଡର , ୨୦ ଲିଟରର ୩୭ ଟି ବଡ ସିଲିଣ୍ଡର ସହ ଜିଲ୍ଲା ଡାକ୍ତରଖାନାରେ ୨୦ ଟି ୧୦ ଲିଟର ଅମ୍ଳଜାନ ଭର୍ତ୍ତି ସିଲିଣ୍ଡର ରହିଛି । ତେବେ ୪ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ୧୧୧ ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ୩୫ ଜଣଙ୍କୁ ଅମ୍ଳଜାନ ଯୋଗାଇ ଦିଆଯାଉଛି ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ଵିଟ୍ ଯୋଗେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.