୩ଟି ହୋଟେଲ୍କୁ ସିଲ୍ କଲା ଜିଲ୍ଲା ପ୍ରଶାସନ
22/07/2020 at 10:50 PM

ଭଦ୍ରକ୨୨/୭: ସିଲ୍ ହେଲା ତିନି ହୋଟେଲ। ଲକଡାଉନ କଟକଣା ସତ୍ତ୍ୱେ ନିୟମ ଉଲଂଘନ ଯୋଗୁଁ ସିଲ କରାଯାଇଛି । ଭଦ୍ରକ ଉପଜିଲ୍ଲାପାଳ ଓ ଏସଡିଏମଙ୍କ ଦ୍ଵାରା ଏହି ତିନି ହୋଟେଲ ସିଲ କରାଯାଇଛି । ଭଦ୍ରକ ସହରର ଡାଲଚିନି , ସ୍ୱାଦ ଓ ଆଞ୍ଚଲ ହୋଟେଲକୁ ସିଲ କରାଯାଇଛି । ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ , ପୋୖରାଞ୍ଚଳ ଓ ଏନ ଏ ସି ଅଞ୍ଚଳ ରେ ଲକଡାଉନ କଟକଣା ଜାରୀ ହୋଇଛି । ଭଦ୍ରକ ପୋୖରାଞ୍ଚଳ ଓ ଧାମନଗର ଏନ ଏ ସି ରେ ସକାଳ ୫ରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ନିୟମ ରହିଛି । ଦିନ ୨ଟାରୁ ସକାଳ ୫ ପର୍ଯ୍ୟନ୍ତ କାର୍ଫ୍ୟୁ କଟକଣା ବଳବତ୍ତର ରହୁଛି ।

Related Posts
ସ୍ତ୍ରୀ ସହ ଝଗଡା କରି ହାରିଲେ ଜୀବନ ! ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ
18 January 2021
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021