'ଅମ୍ଫାନ'କୁ ଦୃଷ୍ଟିରେ ରଖି ଭଦ୍ରକର ୨ଟି ବ୍ଲକରେ ହାଇ ଆଲର୍ଟ ଜାରି କଲା ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | May 19, 2020 IST

ଭଦ୍ରକ୧୯/୫: ବାତ୍ୟା ଅମ୍ଫାନକୁ ନେଇ ଭଦ୍ରକର ୨ ବ୍ଲକରେ ହାଇଆଲର୍ଟ ଜାରି କରାଯାଇଛି। ଭଦ୍ରକର ବାସୁଦେପୁର ଏବଂ ଚାନ୍ଦବାଲି ଅଞ୍ଚଳରେ ହାଇ ଆଲର୍ଟ ଜାରି ହୋଇଛି। ସେହିପରି ଧାମରାର ଆଂଶିକ ଅଞ୍ଚଳକୁ ହାଇ ଆଲର୍ଟ ଜାରି କରିଛି ଭଦ୍ରକ ଜିଲ୍ଳା ପ୍ରଶାସନ। ବାତ୍ୟା ଅମ୍ଫାନ ମାହାବାତ୍ୟାର ରୂପ ନେଇ ସାରିଛି। ଅଧିକ ବେଗରେ ପବନ ବହିବା ସହ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି। ସେଥିପାଇଁ ହାଇ ଆଲର୍ଟ ଅଞ୍ଚଳରେ ଏନ୍‌ଡିଆର୍‌ଏଫ୍ ଏବଂ ଓଡ୍ରାଫ ଓ ଅଗ୍ନିଶମ ବାହାନୀ ମୁତୟନ କରାଯାଇଛି।

ବାତ୍ୟା ଅମ୍ଫାନକୁ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ନେଇ ରାଜ୍ୟର ଚାରି ବରିଷ୍ଠ ଆଇପିଏସ୍‌ ଅଫିସରଙ୍କୁ ୪ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଯଥାକ୍ରମେ ବାଲେଶ୍ବର ଜିଲ୍ଲାର ଦାୟିତ୍ବ ଶ୍ରୀ ଦିପ୍ତେଶ କୁମାର ପଟ୍ଟନାୟକ, ଭଦ୍ରକରେ ଘନଶ୍ୟାମ ଉପାଧ୍ୟାୟ, କେନ୍ଦ୍ରାପଡାରେ ଆଶିଷ କୁମାର ସିଂ ଏବଂ ଜଗତସିଂହପୁ ଜିଲ୍ଲାର ଦାୟିତ୍ବ ଶ୍ରୀ ଜୟ ନାରାୟଣ ପଙ୍କଜଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ୪ ଆଇଏଏସ୍‌ ଅଫିସରଙ୍କୁ ୪ଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି ଯଥା  ବାଲେଶ୍ବର ଜିଲ୍ଲାର ଦାୟିତ୍ବ ଶ୍ରୀ ମଧୁସୂଦନ ପାଢ଼ୀ, ଭଦ୍ରକର ଶ୍ରୀ ସୁଶୀଲ କୁମାର ଲୋହାନୀ, କେନ୍ଦ୍ରାପଡାର ଶ୍ରୀ ହେମନ୍ତ ଶର୍ମା ଏବଂ ଜଗତସିଂହପୁର ଦାୟିତ୍ବ ଶ୍ରୀ ଶାଶ୍ବତ କୁମାର ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରୁ ଲୋକଙ୍କୁ ସ୍ତାନାନ୍ତର କରାଯାଇଛି। ସୋମବାର ସଂଧ୍ୟାରୁ ଏହାର ପ୍ରଭାବ ରାଜ୍ୟରେ ତଥା ଓଡ଼ିଶା ଉପକୂଳରେ ଅନୁଭୂତ ହେବ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.