ଭଦ୍ରକ ପୌରପାଳିକା କାର୍ଯ୍ୟାଳୟକୁ ୧୪ ଦିନ ପାଇଁ ବନ୍ଦ କଲା ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | July 16, 2020 IST

ଭଦ୍ରକ୧୬/୭: ଭଦ୍ରକ ପୌରପାଳିକା କାର୍ଯ୍ୟାଳୟକୁ ୧୪ ଦିନ ପାଇଁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଜୁଲାଇ ୧୬ ତାରିଖ ଠାରୁ ୨୯ ପର୍ଯ୍ୟନ୍ତ ବନ୍ଦ ହେଲା ପୌରପାଳିକା । ଏହି ସମୟ ମଧ୍ୟରେ ଏହାର ଚର୍ତୁପାର୍ଶ୍ବ ପରିବେଶକୁ ସାନିଟାଇଜିଂ କରାଯିବ। ସମସ୍ତ ପୌରପାଳିକାର କର୍ମଚାରୀ ୧୪ ଦିନ ପାଇଁ ହୋମ୍‌ କ୍ବାରେଣ୍ଟାଇନ୍ ରହିବେ। ତେବେ ରାତି ଠାରୁ  ସମ୍ପୂର୍ଣ୍ଣ ପୌର କାର୍ଯ୍ୟାଳୟକୁ ବିଶୋଧନ କରାଯିବା କାର୍ଯ୍ୟ ଆରମ୍ଭ ହେଇଛି । ଭଦ୍ରକ ଅଗ୍ନିଶମ କର୍ମଚାରୀମାନେ ବିଶୋଧନ କାର୍ଯ୍ୟରେ ଲାଗିଛନ୍ତି । ଏହି କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ଏପରି ନିଷ୍ପତି ନିଆଯାଇଛି । ତେବେ କୋଭିଡ ପରିଚାଳନାରେ କୌଣସି ଅସୁବିଧା ନ ହେବ ସେଥି ପାଇଁ ବିକଳ୍ପ ବ୍ୟବସ୍ଥା  କରାଯାଇଥିବା ନିର୍ବାହୀ  ଅଧିକାରୀ କହିଛନ୍ତି । ସବୁ କର୍ମଚାରୀ କ୍ଵାରେଣ୍ଟାଇନରେ ରହିବା ସତ୍ତ୍ୱେ ମଧ୍ୟ କୋଭିଡ ନିୟମ ଉଲଂଘନ ପାଇଁ ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.