ଗୁରୁଙ୍କ ବଂଶ ବୁଡ଼ାଇ ଦେଲା ଶିଷ୍ୟ, ଗୋଟିଏ ରାତିରେ ବିଛାଇ ଦେଲା ୪ ଜଣଙ୍କ ଶବ

Published By : Prameya-News7 Bureau | January 01, 2020 IST

ସାମିଲି୧/୧: ଗୁରୁ, ତାଙ୍କ ପତ୍ନୀ, ପୁଅ ଓ ଝିଅଙ୍କୁ ନିର୍ମମ ଭାବେ ହତ୍ୟା କଲା ଶିଷ୍ୟ। ଗୋଟିଏ ରାତିରେ ଗୁରୁଙ୍କ ସମେତ ଚାରିଜଣଙ୍କୁ ଧାରୁଆ ହସ୍ତ୍ରରେ କଲା ହତ୍ୟା। ଗୁରୁଙ୍କ ଝିଅକୁ ହତ୍ୟା କରି କାର୍‌ରେ ଭିତରେ ନିଆଁ ଲଗାଇବା ପାଇଁ ମଧ୍ୟ ଚେଷ୍ଟା କରୁଥିଲା ଶିଷ୍ୟ। ନୂଆ ବର୍ଷରେ ସମସ୍ତେ ଖୁସି ମନାଉଥିବା ବେଳେ ଭଜନ ଗାୟକ ଅଜୟ ପାଠକ୍‌ଙ୍କ ଘରେ ପଡ଼ିଥିଲା କାନ୍ଦ ବୋବାଳି। ଗୁରୁଙ୍କ ପରିବାର ସହ ରାତିରେ ଖାଇବା ପରେ ଏଭଳି ଅଭାବନୀୟ ଘଟଣା ଘଟାଇଥିଲା ଶିଷ୍ୟ। ଉତ୍ତରପ୍ରଦେଶର ସାମିଲିରେ ଏଭଳି ଘଟଣା ଘଟିଛି ।

{"id":205528,"sizeSlug":"large"}

ସାମିଲିର ଏସପି ବିନିତ୍ ଯଶଓ୍ବାଲଙ୍କ କହିବା ଅନୁସାରେ ହିଂମାଶୁ ସୈନୀ ନାମକ ଜଣେ ଯୁବକ ଅନ୍ତର୍ଜାତୀୟ ଭଜନ ଗାୟକ ଅଜୟ ପାଠକ୍‌ଙ୍କ ପାଖରେ କାମ କରୁଥିଲେ। କୌଣସି ସ୍ଥାନରେ ଭଜନ କାର୍ଯ୍ୟକ୍ରମ ହେଲେ ହିଂମାଶୁ ତାଙ୍କ ସାଙ୍ଗରେ ଯାଉଥିଲା। ଅଧିକାଂଶ ସମୟରେ ହିଂମାଶୁ ଗୁରୁ ଅଜୟ ପାଠକ୍‌ଙ୍କ ଘରେ ମଧ୍ୟ ରହୁଥିଲା। ୩୧ ଡିସେମ୍ବର ରାତିରେ ଗୁରୁଙ୍କ ପରିବାର ସହ ଅଭିଯୁକ୍ତ ହିଂମାଶୁ ଖାଇଥିଲା। ଅଚାନକ ରାତିରେ ଅଜୟ ପାଠକ୍‌ଙ୍କ ସମେତ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ହିଂମାଶୁ ଧାରୁଆ ଛୁରୀରେ କାଟି  ହତ୍ୟା କରିଥିଲା। ଗୁରୁ ଓ ତାଙ୍କ ଝିଅ, ସ୍ତ୍ରୀଙ୍କ ଶବ ଦେଖିବା ପରେ ଅଜୟ ପାଠକଙ୍କ ୧୦ ବର୍ଷର ପୁଅକୁ ଖୋଜା ପଡ଼ିଥିଲା। ହେଲେ ଘରେ ପୁଅ ମିଳିନଥିଲା। ହିଂମାଶୁ ଅଜୟ ପାଠକ୍‌ଙ୍କ ପୁଅକୁ ଗାୟବ କରି ଅନ୍ୟସ୍ଥାନରେ ହିଂମାଶୁ ହତ୍ୟା କରିଥିଲା।

{"id":205529,"sizeSlug":"large"}

ପୁଲିସର ସୂଚନା ମୁତାବକ ବହୁ ଧାର ,କରଜରେ ଅଭିଯୁକ୍ତ ହିଂମାଶୁ ବୁଡ଼ି ରହିଥିଲେ। ଅଧିକାଂଶ ସମୟରେ ତାର ମୁଣ୍ଡ କାମ  କରୁ ନଥିଲା। ଗୁରୁ ଅଜୟ ପାଠକ୍‌ଙ୍କ ପାଖରେ ରହି ହିଂମାଶୁ କାମ କରୁଥିଲା। ତାର ପାରିଶ୍ରମିକ ବାବଦକୁ ଗୁରୁ ତାକୁ ପ୍ରତିମାସ କିଛି କିଛି ଟଙ୍କା ଦେଉଥିଲେ। କିନ୍ତୁ ପାରିଶ୍ରମିକ ବାବଦକୁ ଅଧିକ ଟଙ୍କା ଦାବି କରିଥିଲା ହିଂମାଶୁ। ତାକୁ ଅଧିକ ଟଙ୍କା ଦେବାକୁ ଅଜୟ ପାଠକ୍‌ ମନା କରି ଦେଇଥିଲେ। ଏପରି କି ଧାର ଆକାରରେ ୬୦ ହଜାର ଟଙ୍କା ଅଭିଯୁକ୍ତ ହିଂମାଶୁକୁ ଅଜୟ ପାଠକ୍ ଦେଇଥିଲେ। ଅଜୟ ପାଠକ୍ ଧାର ଟଙ୍କା ମାଗିବାରୁ ଦୁଇଜଣଙ୍କ ଭିତରେ ଝଗଡ଼ା ହୋଇଥିଲା।  ଏହି କଥାରେ ହିଂମାଶୁ ରାଗି ଯାଇଥିଲା। ରାତିରେ ଅଜୟ ପାଠକ୍‌ଙ୍କ ସମେତ ପରିବାର ସମସ୍ତ ଲୋକଙ୍କୁ ହତ୍ୟା କରିଥିଲା ହିଂମାଶୁ।  ଏହି ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ହିଂମାଶୁ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.