ହଙ୍ଗାମା ପରେ କ୍ଷମା ମାଗିଲେ 'ତାଣ୍ଡବ'ର ନିର୍ଦ୍ଦେଶକ, କହିଲେ- କାହାର ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନଥିଲା

Published By : Prameya-News7 Bureau | January 18, 2021 IST

ମୁମ୍ବାଇ ୧୮।୦୧: ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଓ୍ଵେବ୍ ସିରିଜ୍‌ 'ତାଣ୍ଡବ'କୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। ଓ୍ଵେବ୍ ସିରିଜ୍‌କୁ ନେଇ ଉଠିଥିବା ବାଦ ବିବାଦ ମଧ୍ୟରେ ନିର୍ଦ୍ଦେଶକ ଅଲି ଅବାସ ଜଫର କ୍ଷମା ମାଗିଛନ୍ତି। ସେ ଟ୍ଵିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି।

ଅଲି ଅବାସ ଲେଖିଛନ୍ତି ଯେ, ଆମେ ଓ୍ଵେବ ସିରିଜ୍‌ ତାଣ୍ଡବକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ଉପରେ ଭଲ ଭାବେ ନଜର ରଖିଛୁ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହିତ ସୋମବାର ଏକ ମିଟିଂ ସମୟରେ ଓ୍ଵେବ୍ ସିରିଜ୍‌ର ବିଭିନ୍ନ ଦୃଶ୍ୟ ଓ କଣ୍ଟେଣ୍ଟ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ନେଇ ଅଭିଯୋଗ ମିଳିଛି।

ଅବାସ ଲେଖିଛନ୍ତି, ଓ୍ଵେବ୍ ସିରିଜ୍ ତାଣ୍ଡବ ଏକ ଫିକ୍ସନ। ଯଦି ଏହା କୌଣସି ବି ବ୍ୟକ୍ତି କିମ୍ବା ଘଟଣା ସହ ସମାନତା ରହିଛି ତେବେ ଏହା ଏକ ମାତ୍ର ସଂଯୋଗ। କୌଣସି ବି ବ୍ୟକ୍ତି, ଜାତି, ସଂପ୍ରଦାୟ, ପିଢି, ଧର୍ମ ଓ ଧାର୍ମିକ ବିଶ୍ଵାସର ଭାବନାକୁ ଆଘାତ ଦେବା କିମ୍ବା ସଂସ୍ଥା, ରାଜନୈତିକ ଦଳ କିମ୍ଵା ବ୍ୟକ୍ତି, ଜୀବିତ କିମ୍ବା ମୃତଙ୍କ ଅପମାନ କରିବା ଆମର କୌଣସି ଉଦ୍ଦେଶ୍ୟ ନାହିଁ। ତାଣ୍ଡବର କାଷ୍ଟ ଓ କ୍ରୁ ପକ୍ଷରୁ ହୋଇଥିବା ଅଭିଯୋଗ ବିଷୟରେ ପଚାରି ବୁଝା ଯାଇଛି। ବିନା ସର୍ତ୍ତରେ କ୍ଷମା ମାଗୁଛି ବୋଲି ନିର୍ଦ୍ଦେଶକ କହିଛନ୍ତି।

wp:html /wp:html

ଉଲ୍ଲେଖଯୋଗ୍ୟ, ଅନେକ ସ୍ଥାନରେ ତାଣ୍ଡବର ଅଭିନେତା ସୈଫ ଅଲ୍ଲୀ ଖାନ, ଡିମ୍ପଲ କପାଡିଆ ଓ ସୁନିଲ ଗ୍ରୋଭରଙ୍କ ସହିତ ୩୨ ଜଣଙ୍କ ବିରୋଧରେ କେସ ରୁଜୁ କରାଯାଇଛି। ଓ୍ଵେବ୍ ସିରିଜ୍‌ରେ ହିନ୍ଦୁ ଦେବା ଦେବୀଙ୍କ ଉପହାସ କରିବା ଏବଂ ସମାଜରେ ଜାତିବାଦକୁ ପ୍ରୋତ୍ସାହନ ଦିଆଯାଇଥିବା ଅଭିଯୋଗ  ହୋଇଛି।

ଓ୍ଵେବ୍ ସିରିଜ୍ ତାଣ୍ଡବରେ ସୈଫ ଅଲ୍ଲୀ ଖାନ ଓ ଡିମ୍ପଲ କପାଡିଆଙ୍କ ବ୍ୟତୀତ ସୁନିଲ ଗ୍ରୋଭର, ତିଗମାଂଶୁ ଧୁଲିଆ, ଡିନୋ ମାରିଆ, କୁମୁଦ ମିଶ୍ର, ମହମ୍ମଦ ଜିସାନ ଆୟୁବ, ଗୌହର ଖାନ ଓ  କୃତିକା କାମରାଙ୍କ ପରି କଳାକାର ମୁଖ୍ୟ ଭୂମିକାରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.