Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ

27/11/2020 at 6:43 PM

ଭୁବନେଶ୍ଵର ୨୭।୧୧: ଓଡିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ଦିଆଯାଉଥିବା ଧର୍ମପଦ ସମ୍ମାନ ଶୁକ୍ରବାର ଘୋଷଣା  ହୋଇଛି।, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତ  ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ୨୦୧୬ରୁ ୨୦୨୦ ମସିହା ପର୍ଯ୍ୟନ୍ତ ଧର୍ମପଦ ପୁରସ୍କାର ବିଜେତାଙ୍କ ନାମ ଘୋଷଣାକରିଛନ୍ତି।

୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବନବିହାରୀ ପରିଡା, ୨୦୧୭ ମସିହା ପାଇଁ ବିଶିଷ୍ଠ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ୨୦୧୮ ମସିହା ପାଇଁ ଜଗଦିଶ ଚନ୍ଦ୍ର କାନୁନଗୋ, ୨୦୧୯ ମସିହା ପାଇଁ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ  ବିନୋଦ ମହାରଣା ଏବଂ ୨୦୨୦ ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଧର୍ମପଦ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହି ପରି ଚିତ୍ର କଳାର ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୨୫ ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯିବ।

ପୁରସ୍କାର ଭାବେ ଧର୍ମପଦ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ଚେକ୍, ତାମ୍ରଫଳକ ଏବଂ ଉପକୌଢନ ପ୍ରଦାନ କରାଯିବ। ସେହି ପରି ସମ୍ବର୍ଦ୍ଧିତ ଶିଳ୍ପୀଙ୍କୁ ୧ ଲକ୍ଷ ଟଙ୍କା, ତାମ୍ରଫଳକ, ଉପକୌଢନ ଏକ ସ୍ଵତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ।

   Related Posts