Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ସ୍ୱାଭିମାନ ଅଞ୍ଚଳ ଗସ୍ତ କଲେ ଡିଜିପି, ମାଓ ସମସ୍ୟା ସମ୍ପର୍କରେ କଲେ ସମୀକ୍ଷା

8/11/2020 at 12:57 PM

ମାଲକାନଗିରି ୦୮।୧୧: ମାଲକାନଗିରି ଜିଲ୍ଲା ଗସ୍ତରେ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ । ତାଙ୍କ ସହିତ ଗୁଇନ୍ଦା ନିର୍ଦ୍ଦେଶକ ଆର୍ କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ବିଏସଏଫ ଆଇଜି ଏମ ଏସ ଶର୍ମା ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିମ ଅହମ୍ମଦ ଖାନ ଅଛନ୍ତି । ଡିଜିପି ପ୍ରଥମେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଗୋରାସେତୁ ଠାରେ ପହଞ୍ଚି ନୂତନ ଭାବେ ସ୍ଥାପନ ହୋଇଥିବା ବିଏସଏଫ କ୍ୟାମ୍ପର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ।

ଏହା ପରେ ସମଗ୍ର ଲାଲ୍ ଇଲାକାକୁ ନିଜ କବଜାକୁ ନେଇଥିବା ପୁଲିସ ଯବାନ ସହ ଆଲୋଚନା କରିଥିଲେ। ତେବେ ଏହି ବିଏସଏଫ କ୍ୟାମ୍ପକୁ ବିରୋଧ କରୁଥିବା ଆଦିବାସୀ ଲୋକଙ୍କ ସହ ମଧ୍ୟ ସିଧା ସଳଖ ଆଲୋଚନା କରିଥିଲେ ପୋଲିସ ଡିଜି ଶ୍ରୀ ଅଭୟ । ବିଏସଏଫ ବାହିନୀ ସେଠାରେ ପହଞ୍ଚିବା ପରେ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହେବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଡିଜିପି । ସେଠାରୁ ଫେରି ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ଡିଜିପି । ନକ୍ସଲ ପନ୍ଥିଙ୍କ ସହ ମୁକାବିଲା କରିବା ଲାଗି ନୁଆ ରଣନିତି ପ୍ରସ୍ତୁତ ହୋଇଥିବା ଜଣାପଡିଛି।

   Related Posts