କରୋନା ସଂପର୍କରେ କମୁଛି ଲୋକଙ୍କ ଆଗ୍ରହ, ମେ ମାସରେ ଗୁଗଲରେ ସର୍ଚ୍ଚ କରିଛନ୍ତି କମ୍ ଲୋକ

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ ୦୮।୦୬: ଅନେକ ସପ୍ତାହ ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ସବୁଠୁ ବହୁ ଚର୍ଚ୍ଚିତ ପ୍ରସଙ୍ଗ ହୋଇ ରହିଥିବା କରୋନା ଭୂତାଣୁକୁ ନେଇ ଲୋକଙ୍କ ମଧ୍ୟରେ ଜାଣିବାର ଇଚ୍ଛା ହ୍ରାସ ଘଟିଛି। ଲୋକେ ପୂର୍ବାପେକ୍ଷା କରୋନା ପ୍ରତି ସତେଟା ଧ୍ୟାନ ଦେଉ ନାହାନ୍ତି। ଗୁଗଲରେ ମେ ମାସରେ ଲୋକ କରୋନା ଭାଇରସ୍‌ ସମ୍ବନ୍ଧିତ ସୂଚନା ଲାଗି କମ୍ ସର୍ଚ୍ଚ କରିଛନ୍ତି। ଲୋକେ ପୁଣି ଥରେ ଫିଲ୍ମ, ନାଚ-ଗୀତଓ ପାଣିପାଗ ସୂଚନା ପ୍ରତି ରୁଚି ଦେଖାଇଛନ୍ତି।

ମେ ମାସରେ ଗୁଗଲରେ ସର୍ବାଧିକ ସର୍ଚ୍ଚ ଲକ୍‌ଡାଉନ୍‌ ୪.୦ ବିଷୟରେ ହୋଇଥିଲା। ଏହା ପରେ ଦ୍ଵିତୀୟ ସ୍ଥାନରେ ଥିଲା ଇଦ୍‌ ମୁବାରକ। କରୋନା ଭାଇରସ୍‌  ବିଷୟରେ ସର୍ଚ୍ଚ କରିବା ମାମଲା ୧୨ ତମ ସ୍ଥାନକୁ ଖସି ଆସିଛି। ଅନ୍ୟପଟେ ଲୋକେ ଫିଲ୍ମ, ସମାଚାର ଓ ପାଣିପାଗ ନ୍ୟୁଜ୍ ପ୍ରତି ଲୋକଙ୍କ ରୁଚି ବଢିଥିବା ଦେଖିବାକୁ ମିଳିଛି।

ଗୁଗଲ ସର୍ଚ୍ଚ ଟ୍ରେଣ୍ଡ୍ସ ଅନୁଯାୟୀ, କୋଭିଡ୍-୧୯ ସମ୍ଵନ୍ଧିତ ସର୍ଚ୍ଚ ଏପ୍ରିଲ ମାସ ତୂଳନାରେ ମେ ମାସରେ ପ୍ରାୟ ଅଧା ରହିଛି। କିନ୍ତୁ ସମଗ୍ର ଦେଶରେ କରୋନା ଭାଇରସ୍ ମାମଲା କ୍ରମାଗତ ବଢିବାରେ ଲାଗିଛି। ଏହି ସବୁ ତଥ୍ୟ ଭାରତୀୟଙ୍କ ସର୍ଚ୍ଚ ପରିଣାମ ଉପରେ ଆଧାରିତ। ତଥ୍ୟ ଏହା ଦର୍ଶାଉଛି ଯେ, ଲୋକେ କୋଭିଡ୍-୧୯ ସଙ୍କଟ ସମୟର ପୂର୍ବର ସ୍ଥିତିକୁ ଫେରୁଛନ୍ତି। ଏହି ସମୟରେ ଗୁଗଲରେ କ୍ରିକେଟ୍‌କୁ ନେଇ ସର୍ଚ୍ଚ ଅଧିକ କରାଯାଇଛି। ମହାମାରୀ କରୋନା କାରଣରୁ କ୍ରିକେଟ୍ କିମ୍ବା କୌଣସି ଟୂର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ନାହିଁ ତଥାପି ଏହାକୁ ନେଇ ସର୍ଚ୍ଚ ପାଞ୍ଚ ଗୁଣା ବଢିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.