ଚୋରା ମଦ ବେପାରୀଙ୍କୁ କାବୁ କଲା ଅବକାରୀ ବିଭାଗ
4/08/2020 at 10:38 PM

ନୀଳଗିରି୪/୮: ଆଜି ଅବକାରୀ ବିଭାଗ ଜଣେ ଚୋରା ମଦ ବେପରୀଙ୍କୁ କାବୁ କରିଛି। ଗୋଟିଏ ମୋଟର ସାଇକେଲ ଏବଂ ୪୦ ଲିଟର ଦେଶୀମଦ ଜବତ କରିଛି। ପୁନଦାଳ ଗ୍ରାମର ବାପୁନୁ ସିଂ (୨୬) ଓଡ଼ି୦୧ ଏଜି-୦୦୨୫ ନମ୍ବର ବାଇକରେ ଦେଶୀ ମଦ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ହାବୁଡ଼ରେ ପଡି ଯାଇଥିଲା। ନୀଳଗିରି ଅବକାରୀ ବିଭାଗର ଓଆଇଆସି ଲକ୍ଷ ସାଧବ ପ୍ରଧାନ ଅନ୍ୟ କର୍ମଚାରୀଙ୍କ ସହ ମିଶି ଗାଡି ଓ ମଦ ଜବତ କରି ଅଭିଯୁକ୍ତ ବାପୁନୁକୁ ଗିରଫ କରିଥିଲେ। ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ।
Related Posts
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021