ଭୁବନେଶ୍ବର୧୮/୫: ଚଳିତ ବର୍ଷ ଖରିଫ ଚାଷ ପାଇଁ ବ୍ଲୁପିଣ୍ଟ ପ୍ରସ୍ତୁତ କରିଛି କୃଷି ବିଭାଗ। ଚାଷୀ ମାନଙ୍କ ନିକଟରେ ପହଞ୍ଚିବା ପାଇଁ ସୋସିଆଲ ସାଇଓର ସହାୟତା ନେଇ କୃଷି ବିଭାଗ। ପ୍ରତି ପଞ୍ଚାୟତରେ ଚାଷୀମାନଙ୍କୁ ନେଇ ଏକ ହ୍ବାଟସଆପ ଗ୍ରୁଫ କରାଯାଇଛି। ଏହି ଗ୍ରୁଫ ଜରିଆରେ କୃଷି ସମ୍ବନ୍ଧୀୟ ସୂଚନା, ବିଭାଗୀୟ ବର୍ତ୍ତା, ପରାମର୍ଶ ଦିଆଯାଉଛି। ଚଳିତ ବର୍ଷ ଖରିଫ ଋତୁରେ ୯୬ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରଖିଛି କୃଷି ବିଭାଗ। ଖରିଫ ଋତୁରେ ରାଜ୍ୟରେ ୬୧.୮୦ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଚାଷ ହୋଇଥାଏ।
ସେଥିମଧ୍ୟରୁ ଧାନ ୩୬.୫୦ ହେକ୍ଟର ଜମିରେ ହୋଇଥାଏ। ମୁଗ, ବିରି, ହରଡ ୮ ଲକ୍ଷ ହେକ୍ଟରରେ ହୋଇଥାଏ। ରାଶି , ଚିନାବାଦାମ, ଭଳି ତୈଳ ବୀଜ ୩.୮୧ ହେକ୍ଟର ଚାଷ ଜମିରେ କରାଯିବାକୁ ଳକ୍ଷ୍ୟ ରଖାଯାଇଛି। ସେଥିପାଇଁ ଚାଷୀଙ୍କୁ ଚଳିତ ବର୍ଷ ୭୫୦୦ କୋଟି ଟଙ୍କାର ଋଣ ଯୋଗେଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏ ନେଇ ଭିଡିଓ କନଫେରନେସ ଜରିଆରେ କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଓ ବ୍ଲକ ସ୍ତରର ଅଧିକାରୀ ମାନେ ଯୋଗ ଦେଇଥିଲେ।