ଚୋରା ମଦ ବେପାରୀଙ୍କୁ କାବୁକଲା ଅବକାରୀ ବିଭାଗ

Published By : Prameya-News7 Bureau | May 28, 2020 IST

ନୀଳଗିରି୨୮/୬: ଏବେ କରୋନା ଲକଡାଉନ୍ ପାଇଁ ଆର୍ଥିକ ମାନ୍ଦାବସ୍ଥା ସମସ୍ତଙ୍କୁ ଘାରିଛି। ହେଲେ ନିଶାସକ୍ତ ମଣିଷମାନଙ୍କର ଆଖିଖୋଲି ନାହିଁ।ନୀଳଗିରି ଅଞ୍ଚଳ ଚୋରା ମଦବେପାର ଲକଡାଉନରେ ଜୋର ସୋରରେ ଆଗେଇ ଚାଲିଛି। ଆଜି ନୀଳଗିରି ଅବକାରୀ ବିଭାଗର ଏକ ଟିମ  ବରମପୁର ଅଂଚଳରେ ଚଢ଼ାଉ କରିଛି। ଏହାସହ ନରହରି ରାଉତ( ୩୨)ଙ୍କ ଠାରୁ ଓଡ଼ି୧୧ ଏଚ-୪୦୩୨ ନମ୍ବର ମୋଟର ସାଇକେଲ ସହ ୪୦ ଲିଟର ଦେଶୀ ମଦ ଜବତ କରିଛି। ବେପାରୀ ଜଣଙ୍କ ଏହି ଅଞ୍ଚଳରେ ବହୁଦିନ ଧରି ଚୋରା ମଦ କାରବାର କରୁଥିବା ନେଇ ଅଭିଯୋଗ ହୋଇଅସୁଥିଲା।ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଜ୍ୟୋର୍ତିମୟୀ ପଟେଲ, ଲକ୍ଷ ସାଧବ ପ୍ରଧାନ, ହୃଷୀକେଶ ବାରିକ, ବିଜୟ ମଲ୍ଲିକ, ଉର୍ମିଳା ବେହେରା, ଜୟନ୍ତୀ ଆଚାର୍ଯ୍ୟ, ଜୟ ମାଧବ ଦାସ ପଟ୍ଟନାୟକ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.