Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପୃଥ୍ଵୀ ସଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସୁପରକିଙ୍ଗ୍ସକୁ ୧୭୬ର ବିଜୟ ଲକ୍ଷ୍ୟ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

25/09/2020 at 9:10 PM

ଦୁବାଇ ୨୫।୦୯: ଦୁବାଇର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ର ସପ୍ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପରକିଙ୍ଗ୍ସ ବିରୋଧରେ ଚ୍ୟାଲେଞ୍ଜିଂ ସ୍କୋର ଛିଡା କରାଇଛି। ଓପନର ପୃଥ୍ଵୀ ସୋଙ୍କ ୬୪ ରନ ସହାୟତାରେଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୧୭୫ ରନ କରିଛି। ଋଷଭ ପନ୍ତ ୩୭ ରନ ଓ ଶିଖର ଧାଓ୍ଵନ ୩୫ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଚେନ୍ନାଇ ପକ୍ଷରୁ ସଫଳ ବୋଲର ଭାବେ ପିୟୁଷ ଚାଓ୍ଵାଲା ୨ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଦଳର ଦୁଇ ଓପନର ପୃଥ୍ଵୀ ସ ଓ ଶିଖର ଧାଓ୍ଵନ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟସମ୍ୟାନ ପ୍ରଥମେ ଦେଖିଚାହିଁ ବ୍ୟାଟିଂ କରିଥିଲେ। ସେଟ୍ ହେବା ପରେ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ବିଶେଷ କରି ସ ବିସ୍ଫୋରକ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଉଭୟ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟ୍‌ରେ ୧୦.୪ ଓଭରରେ ୯୪ ରନ ଯୋଡି ଦଳର ସ୍ଥିତିକୁ ମଜବୁତ କରିଥିଲେ। ଏହି ସ୍କୋରରେ ଧାଓ୍ଵନ ୨୭ ବଲରୁ ୩ ଚୌକା ଓ ୧ ଛକା ବଳରେ ୩୫ ରନ କରି ଚାଓ୍ଵାଲଙ୍କ ବଲରେ ଆଉଟ୍  ହୋଇଥିଲେ।

ଏହା ପରେ ଅର୍ଦ୍ଧଶତକ ହାସଲ କରି ବ୍ୟାଟିଂ କରୁଥିବା ପୃଥ୍ଵୀ ସଙ୍କୁ ଚାଓ୍ଵାଲ ନିଜର ଦ୍ଵିତୀୟ ଶିକାର କରିଥିଲେ। ସ ୪୩ ବଲରୁ ୯ ଚୌକା ଓ ୧ ଛକା ସହାୟତାରେ ୬୪ ରନର ଗୁରୁତ୍ଵପୂର୍ଣ୍ଣ ବ୍ୟାଟିଂ କରିଥିଲେ। ଏହା ପରେ ଋଷଭ ପନ୍ତ ଓ ଅଧିନାୟକ ଶ୍ରେୟସ ଆୟର ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ। ଅଧିନାୟକ ଆୟର ୨୨ ବଲରୁ ୨୬ ରନ କରି ତୃତୀୟ ଖେଳାଳି ଭାବେ ସାମ କରନଙ୍କ ବଲରେ ଧୋନୀଙ୍କୁ  ଓ୍ଵିକେଟ୍ ପଛରେ କ୍ୟାଚ୍ ଦେଇ ପାଭିଲିୟନ ଫେରିଥିଲେ। ଶେଷରେ ଋଷଭ ପନ୍ତ ଦ୍ରୁତ ବ୍ୟାଟିଂ କରି ୨୫ ବଲରୁ ୬ ଚୌକା ବଳରେ ୩୭ ରନରେ ଅପରାଜିତ ଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୧୭୫ କରିଛି। ମାର୍କସ୍ ଷ୍ଟୋଇନିସ ୫ ରନରେ ଅପରାଜିତ ଥିଲେ।

ଚେନ୍ନାଇ ପକ୍ଷରୁ ପିୟୁଷ ଚାଓ୍ଵାଲ ୨ଟି ଓ୍ଵିକେଟ୍ ନେଇଛନ୍ତି। ସାମ କରନଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।

   Related Posts