Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

IPL 2020: ଚେନ୍ନାଇ ସୁପରକିଙ୍ଗ୍ସକୁ ୪୪ ରନରେ ମାତ୍ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ, ହାସଲ କଲା କ୍ରମାଗତ ଦ୍ଵିତୀୟ ବିଜୟ

25/09/2020 at 11:06 PM

ଦୁବାଇ ୨୫।୦୯: ଦୁବାଇର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ସପ୍ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଦିଲ୍ଲୀ ଗତ ସଂସ୍କରଣର ଉପ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସକୁ ୪୪ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ପୃଥ୍ଵୀ ସଙ୍କ ୬୪ ରନ ସହାୟତାରେ ନିର୍ଦ୍ଧାରିତ ଓଭରରେ  ୩ ଓ୍ଵିକେଟ୍ ହରାଇ ୧୭୫ ରନ କରିଥିଲା। ଜବାବରେ ଚେନ୍ନାଇ ଦିଲ୍ଲୀର ମାପଚୁପ ବୋଲିଂର ସାମ୍ନା କରିନପାରି ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୩ ରନ କରିବାକୁ ସକ୍ଷମ ହୋଇଛି। ଚଳିତ ଆଇପିଏଲରେ ତୃତୀୟ ମ୍ୟାଚ୍‌ରୁ ଚେନ୍ନାଇର ଦ୍ଵିତୀୟ କ୍ରମାଗତ ପରାଜୟ।

୧୭୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଚେନ୍ନାଇର ଆରମ୍ଭ ଆଶାନୁରୂପ ନଥିଲା। ଦଳ ୨୩ ରନ ସ୍କୋରରେ ସେନ ଓ୍ଵାଟସନଙ୍କ ଓ୍ଵିକେଟ୍ ହରାଇଥିଲା। ଓ୍ଵାଟସନ ୧୪ ରନର ମନ୍ଥର ବ୍ୟାଟିଂ କରି ଅକ୍ଷରଙ୍କ ଶିକାର ହୋଇଥିଲେ। ଏହା ପରେ ୩୪ ରନ ସ୍କୋରରେ ମୁରଲୀ ବିଜୟ(୧୦) ପାଭିଲିୟନ ଫେରିଥିଲେ। ଯୁବ ଋତୁରାଜ ଗାଏକଓ୍ଵାଡ ୫ ରନ କରି ରନଆଉଟ୍ ହୋଇଥିଲେ। ଆରମ୍ଭରୁ ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ଚେନ୍ନାଇକୁ ହାତ ଖୋଲିବାକୁ ଦେଇନଥିଲେ।

ଏହା ପରେ ଫାଫ୍ ଡୁପ୍ଲେସିସ୍‌ ଓ କେଦାର ଯାଦବ ଇନିଂସକୁ ଆଗକୁ ବଢାଇଥିଲେ ମଧ୍ୟ ଦ୍ରୁତ ଗତିରେ ରନ ସଂଗ୍ରହ କରି ପାରିନଥିଲେ। ଚେନ୍ନାଇ ୬ ରନ ହାରରେ ରନ ସଂଗ୍ରହ କରିବା ଦଳକୁ ମହଙ୍ଗା ପଡିଥିଲା। ଯାଦବ ୨୧ ବଲରୁ ୩ ଚୌକା ଜରିଆରେ ୨୬ ରନ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ଡୁପ୍ଲେସିସ୍‌ଙ୍କ ସହିତ ଚତୁର୍ଥ ଓ୍ଵିକେଟ୍‌ରେ ୫୪ ରନ ଯୋଡିଥିଲେ।

ମ୍ୟାଚ୍ ବଢିବା ସହିତ ଚେନ୍ନାଇ ପାଇଁ ରନହାର ବଢି ଚାଲିଥିଲା। ଶେଷ ଆଡକୁ ଦଳକୁ ଓଭର ପିଛା ୨୦ରୁ ଅଧିକ ରନ ଆବଶ୍ୟକ ଥିଲା। ଯାଦବଙ୍କ ପରେ ଧୋନୀ କ୍ରିଜକୁ ଆସିଲା ବେଳକୁ ମ୍ୟାଚ୍‌ ଜିତିବା ଚେନ୍ନାଇ ପାଇଁ କଷ୍ଟକର ହୋଇ ସାରିଥିଲା।

ବହୁତ ସମୟ କ୍ରିଜରେ ଜମିଥିବା ଫାଫ ଡୁ ପ୍ଲେସିସ୍ ୩୫ ବଲରୁ ୪ ଚୌକା ବଳରେ ୪୩ ରନ କରି ପଞ୍ଚମ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ଶେଷ ୨ ଓଭରରେ ଦଳକୁ ୫୫ ରନ ଦରକାର ଥିଲେ ହେଁ ଚେନ୍ନାଇ ୧୧ ରନ କରିବାକୁ ସକ୍ଷମ ହୋଇଥିଲା। ଶେଷରେ ଚେନ୍ନାଇ ସୁପରକିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସ ହାତରୁ ୪୪ ରନରେ ପରାଜିତ ହୋଇ ଟୂର୍ଣ୍ଣାମେଣ୍ଟରେ କ୍ରମାଗତ ଦ୍ଵିତୀୟ ପରାଜୟ ଭୋଗିଛି। ଧୋନୀ ୧୫ ରନ କରି ପାଭିଲିୟନ ଫେରିଥିଲେ। ଜାଡେଜା ଶେଷରେ ୧୨ ରନ କରି ପାଭିଲିୟନ ଫେରିଥିଲେ।  କରିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅନରିଚ ନର୍ତ୍ତୋଜେ ଓ କାଗିସୋ ରାବଡା ପ୍ରତ୍ୟେକ ୨ ସଫଳତା ପାଇଛନ୍ତି। ଅକ୍ଷର ପଟେଲ ପ୍ରତ୍ୟେକଙ୍କୁ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

   Related Posts