ଜଙ୍ଗଲରୁ ଉଦ୍ଧାର ହେଲା ଗଳିତ ଶବ: ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

Published By : Prameya-News7 Bureau | May 27, 2020 IST

ସାନଖେମୁଣ୍ଡି୨୭/୫: ଜଙ୍ଗଲରୁ ଉଦ୍ଧାର ହେଲା ଗଳିତ ଶବ।ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଟି.ଗୋବିନ୍ଦପୁର ନିକଟସ୍ଥ ଶ୍ରୀରାମ ନଗର ଜଙ୍ଗଲରୁ ଗଳିତ ଶବ ଉଦ୍ଧାର କରିଲା ପୋଲିସ। ନିଖୋଜ ଥିବା ନେଇ କାଲି ଥାନାରେ ଏତଲା ପରେ ତନାଘନା କରୁଥିଲା ପୋଲିସ। ଚୋରା ଗଞ୍ଜେଇ ବେପାରକୁ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ଯୁବକ ଜଣଙ୍କ ହେଲେ ହିଂଜିଳି କାଟୁର ବିଭୁପ୍ରସାଦ ଦାସ । ଶବକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ମେଡିକାଲ FMT କୁ ବ୍ୟବଛେଦ ପାଇଁ ପଠାଇବା ସହ ପାଟପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଏହି ବ୍ୟକ୍ତି କିଏ ଓ କାହିଁକି ହତ୍ୟା କଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ କଥା ଗୁଞ୍ଜରଣ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.