Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆଇସିସି ଟି-୨୦ ବିଶ୍ଵକପରେ ପାକିସ୍ତାନ ଖେଳିବ କି ନାହିଁ ? ନିଷ୍ପତ୍ତି ମୋଦୀ ସରକାରଙ୍କ ହାତରେ

19/10/2020 at 6:57 PM

ନୂଆଦିଲ୍ଲୀ ୧୯।୧୦: ଭାରତରେ ଆସନ୍ତା ବର୍ଷ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ଵକପ୍। ଏଥିରେ ଭାଗ ନେବାକୁ ଚାହୁଁଛି ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନ। ଏହି ସଂଦର୍ଭରେ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ୍ଵାସିମ ଖାନ କହିଛନ୍ତି, ତାଙ୍କ ବୋର୍ଡ ଚାହୁଁଛି ଆଗାମୀ ବର୍ଷ ଅକ୍ଟୋବରରେ ଭାରତରେ ଖେଳାଯାଉଥିବା ଟି-୨୦ ବିଶ୍ଵକପ୍‌ ପାଇଁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ତାରି ଖେଳାଳି ଏବଂ ଅଧିକାରୀଙ୍କୁ ଭିସା ଦେବା ପ୍ରସଙ୍ଗରେ ୨୦୨୧ ଜାନୁଆରୀ ସୁଦ୍ଧା ଆଶ୍ଵାସନା ଦେଉ। ପିସିବି ସିଇଓ ଏହା ମଧ୍ୟ କହିଛନ୍ତି ନିକଟ ଭବିଷ୍ୟତରେ ଭାରତ-ପାକ୍ ମଧ୍ୟରେ ଦ୍ଵିପାକ୍ଷିକ ଶୃଙ୍ଖଳା ଖେଳାଯିବାର କୌଣସି ସମ୍ଭାବନା ନାହିଁ। ୨୦୨୩ରୁ ଆରମ୍ଭ ହେଉଥିବା ଆଗାମୀ ଭବିଷ୍ୟତ ଗସ୍ତ କାର୍ଯ୍ୟକ୍ରମରେ ମଧ୍ୟ ଏହାକୁ ଜାଗା ଦିଆଯିବ ନାହିଁ।

ଭାରତ ୨୦୨୧ ଅକ୍ଟୋବରରେ ଟି-୨୦ ବିଶ୍ଵକପ୍ ଆୟୋଜନ କରୁଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ରାଜନୈତିକ ସଂପର୍କକୁ ଦେଖି ପିସିବି ଆଇସିସିଠୁ ଆଶ୍ଵାସନା ମାଗୁଛି ଯେ, ସେମାନଙ୍କର ଖେଳାଳି ଓ ସହାୟକ କର୍ମଚାରୀଙ୍କ ଭିସା ବନ୍ଦୋବସ୍ତ କରୁ। ଏହା ବୁଝିବା ଦାୟିତ୍ଵ ଆଇସିସିର। ଆୟୋଜକ ଦେଶର ଦାୟିତ୍ଵ ଟି-୨୦ ବିଶ୍ଵକପରେ ଭାଗ ନେଉଥିବା ଦଳ ପାଇଁ ଭିସା ଓ ରହିବା ବ୍ୟବସ୍ଥା କରିବା।

ପାକିସ୍ତାନ ଚାହୁଁଛି ଆଇସିସି ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଭିସା ବନ୍ଦୋବସ୍ତର ଆଶ୍ଵାସନା ଦେଉ। ଯଦିଓ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ତିକ୍ତତା ରହିଛି ତଥାପି ଆଇସିସି ଏହି ସଂପର୍କରେ ବିସିସିଆଇ ସହ ଯୋଗାଯୋଗ କରିବ। ଭିସା ଯୋଗାଇ ଦେବା ପ୍ରସଙ୍ଗରେ ନିଜ ସରକାର ସହ ଆଲୋଚନା କରିବାକୁ ଆଇସିସି ବିସିସିଆଇକୁ କହିବ ବୋଲି ପାକିସ୍ତାନ ଆଶା ରଖିଛି। ହେଲେ ଦେଖିବା ବାକି ରହିଲା ମୋଦୀ ସରକାର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ କ୍ରିକେଟ୍‌ରଙ୍କୁ ଭିସା ପ୍ରଦାନ କରୁଛନ୍ତି ନା ନାହିଁ।

ସୂଚନାଯୋଗ୍ୟ, ପାକିସ୍ତାନର ଖେଳାଳି ଭାରତରେ କୌଣସି ପ୍ରତିଯୋଗିତାରେ ଭାଗ ନେବା ଏକ ବିବାଦୀୟ ବିଷୟ ରହି ଆସିଛି। ଗତ ବର୍ଷ ପାକିସ୍ତାନୀ ସୁଟରଙ୍କୁ ଦିଲ୍ଲୀରେ ଆୟୋଜିତ ଏକ ବିଶ୍ଵରେ ଭାଗ ନେବାକୁ ଭିସା ମିଳିନଥିଲା। ଏହାକୁ ନେଇ ଖୁବ ବିବାଦ ହୋଇଥିଲା।  ପିସିବି ଅଧିକାରୀ ଓ୍ଵାସିମ ଖାନ କହିଛନ୍ତି ବୈଶ୍ଵିକ ମଞ୍ଚରେ ବିସିସିଆଇ ଓ ପିସିବି ମଧ୍ୟରେ କୌଣସି ମତଭେଦ ନାହିଁ। ଏମିତି ଅବଧାରଣ ରହିଛି ଯେ, ବିସିସିଆଇ ଯାହାର ସମର୍ଥନ କରିବ ପିସିବି ତାର ବିରୋଧ  କରିବ। ମୋତେ ଲାଗୁଛି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ପିସିସି ସଭାପତି ଏହସାନ ମନିଙ୍କ ମଧ୍ୟରେ କୌଣସି ବିବାଦ ନାହିଁ।

   Related Posts