Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ବିଶ୍ବରେ କରୋନା ମୃତ୍ୟୁସଂଖ୍ୟାକୁ ନେଇ ପ୍ରଶ୍ନବାଚୀ : ୩୦ ଲକ୍ଷ ନୁହେଁ ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ନେଇଛି କରୋନା ! ଦି ଇକୋନୋମିଷ୍ଟ ମାଗାଜିନର ଦାବି

17/06/2021 at 9:12 PM

ନୂଆଦିଲ୍ଲୀ ୧୭/ ୦୬ : ବିଶ୍ବରେ କରୋନା ସଂକ୍ରମଣ ଧିରେ ଧିରେ ପ୍ରଭାବ କମାଉଛି ସତ କିନ୍ତୁ ଗତ ଦେଢ ବର୍ଷ ଧରି ଯେଉଁ ମୃତ୍ୟୁର ତାଣ୍ଡବ ରଚିଛି ତାହା ସବୁଦିନ ପାଇଁ ମନେ ରହିବ । ବର୍ତ୍ତମାନ ମଧ୍ୟ ଭାରତ ଭଳି ଦେଶରେ ସଂକ୍ରମଣ କମିନାହିଁ । ବିଶ୍ବବ୍ୟାପୀ ଟିକାକରଣ ଜାରି ରହିଛି । କୋଟି କୋଟି ଲୋକ ଭାଇରାସ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଅନେକ ସୁସ୍ଥ ମଧ୍ୟ ହେଉଛନ୍ତି । କିନ୍ତୁ ମୃତକଙ୍କ ତଥ୍ୟକୁ ନେଇ କେଉଁଠି ନା କେଉଁଠି ସନ୍ଦେହ ରହୁଛି । ଅର୍ଥାତ ପ୍ରକୃତରେ କେତେ ଲୋକ ସଂକ୍ରମଣ ଦ୍ବାରା ମୃତ୍ୟୁବରଣ କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିଶ୍ବର ଅନେକ ଲୋକପ୍ରିୟ ମାଗାଜିନ ଏ ନେଇ ପ୍ରଶ୍ନ ମଧ୍ୟ କରିଛନ୍ତି । ଅନ୍ୟତମ ଲୋକପ୍ରିୟ ମାଗାଜିନ ‘ଦି ଇକୋନୋମିଷ୍ଟ’ ଏହା ଦାବି କରିଛି ଯେ, ବିଶ୍ବର ଅନେକ ଦେଶ  କରୋନା ଜନୀତ ମୃତ୍ୟୁ ସଂଖ୍ୟାର ସଠିକ ତଥ୍ୟ ଲୁଚାଇଛନ୍ତି । ଏହି ମାଗାଜିନ କହିଛି ଯେ, ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ୭୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କର ଜୀବନ ଗଲାଣି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେଉଁ ତଥ୍ୟ ଦିଆଯାଉଛି ତାହା ସଠିକ ତଥ୍ୟ ନୁହେଁ ବୋଲି ଉକ୍ତ ମାଗାଜିନ ଦାବି କରିଛି ।

ଦି ଇକୋନୋମିଷ୍ଟର ରିପୋର୍ଟ ଅନୁଯାୟୀ କେବଳ ଆଫ୍ରିକା ଏବଂ ଏସିଆ ନୁହେଁ ବରଂ ଆମେରିକା, ବ୍ରିଟେନ, ଫ୍ରାନ୍ସ ଭଳି ଦେଶ ମଧ୍ୟ କୋଭିଡ ଜନୀତ ମୃତ୍ୟୁ ବିଷୟରେ ସଠିକ୍ ସୂଚନା ଦେଇନାହାଁନ୍ତି । ମେସିନ୍-ଲର୍ନିଂ ମଡେଲ୍ ମାଧ୍ୟମରେ ଦି ଇକୋନୋମିଷ୍ଟ ପତ୍ରିକା ଏହି ଦାବି କରିଛି । ଜନ୍ ହପ୍କିନ୍ସ ବିଶ୍ୱବିଦ୍ୟାଳୟର ଆକଳନକୁ ଦେଖିବାକୁ ଗଲେ, ଏପର୍ଯ୍ୟନ୍ତ ବିଶ୍ବରେ କରୋନା ଯୋଗୁଁ ପାଖାପାଖି ୩୮ ଲକ୍ଷ ୩୦ ହଜାର ଲୋକ ପ୍ରାଣ ହରାଇସାରିଛନ୍ତି ଏବଂ ୧୭ କୋଟିରୁ ଉର୍ଦ୍ଦ୍ବ ଲୋକ ସଂକ୍ରମିତ ହୋଇସାରିଛନ୍ତି ।

ସରକାରୀ ଆକଳନ ଅନୁଯାୟୀ କେବଳ ଏସିଆରେ ଏପର୍ଯ୍ୟନ୍ତ ୬ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଦି ଇକୋନୋମିଷ୍ଟ ଦାବି କରିଛି ଯେ ଏସିଆରେ ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି। ଲାଟିନ୍ ଆମେରିକା ଏବଂ କାରିବିଆନ୍ ଦେଶରେ ସରକାରୀ ମୃତ୍ୟୁ ସଂଖ୍ୟା ୬ ଲକ୍ଷ । କିନ୍ତୁ ଏହି ପତ୍ରିକାର ତଥ୍ୟ ଅନୁଯାୟୀ ସେଠାରେ ୧୫ରୁ ୧୮ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ୟୁରୋପରେ ସରକାରୀ ଆକଳନ ହେଉଛି ୧୦ଲକ୍ଷ ହୋଇଥିବା ବେଳେ ସେଠାରେ ୧୫ ରୁ ୧୬ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ଦାବି କରିଛି ଦି ଇକୋନୋମିଷ୍ଟ।

   Related Posts