Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ଦେଢ ମାସ ବିତିଲାଣି: ତଥାପି ସସ୍‌ପେନ୍ସ୍‌ ଉପରୁ ହଟିପାରୁନି ପରଦା

1/08/2020 at 9:49 PM

ମୁମ୍ବାଇ୧/୮:  ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ ଆସୁଛି ନୂଆ ମୋଡ । ଏହି ଘଟଣାରେ ଏପର୍ଯ୍ୟନ୍ତ ବି ଜାରି ରହିଛି ସସ୍‌ପେନ୍‌ସ୍‌  ।  ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତିଙ୍କ ଆବେଦନ ଉପରେ ଅଗଷ୍ଟ ୫ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ସର୍ବୋଚ୍ଚ ଅଦାଲତ କୌଣସି  ଆଦେଶ ଦେବା ପୂର୍ବରୁ ବିହାର ଓ ମହାରାଷ୍ଟ୍ର ସରକାର ସେମାନଙ୍କର ପକ୍ଷ ରଖିବାକୁ କ୍ୟାଭେଟ୍‌  ଫାଇଲ କରିଛନ୍ତି । ସେପଟେ ସୁଶାନ୍ତଙ୍କ ବାପା ମଧ୍ୟ କ୍ୟାଭେଟ୍‌ ଫାଇଲ କରିଛନ୍ତି । ଏହି ମାମଲାରେ ସିବିଆଇ ତଦନ୍ତ  ଦାବି କରାଯିବନି ବୋଲି କହିଛନ୍ତି ବିହାର ଡିଜିପି ।  ତେବେ  ପୂରା ମାମଲାର ସ୍କାନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ସୁଶାନ୍ତଙ୍କ ଭଉଣୀ ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ଦେଢ ମାସ ବିତିଲାଣି । ତଥାପି ସସ୍‌ପେନ୍ସ୍‌ ଉପରୁ ହଟିପାରୁନି ପରଦା ।  ପ୍ରତିଦିନ ମାମଲାରେ  ନୂଆ ନୂଆ ମୋଡ଼ ସାମ୍ନାକୁ ଆସୁଛି । ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ଅଗଷ୍ଟ ୫ରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ବାପା ପାଟଣାରେ କରିଥିବା ଏତଲାକୁ ମୁମ୍ବାଇକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ  ଦ୍ବାରସ୍ଥ ହୋଇଥିଲେ ରିୟା । ଆସନ୍ତା ବୁଧବାର ଏହି ଆବେଦନର ଶୁଣାଣି କରିବେ ବିଚାରପତି ହୃଷିକେଶ ରାୟ । ଏପଟେ ରିୟା ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଛନ୍ତି  ତାରି ଉପରେ ସର୍ବୋଚ୍ଚ ଅଦାଲତ କୌଣିସ ଆଦେଶ ଦେବା ପୂର୍ବରୁ ସେମାନଙ୍କର ପକ୍ଷ ଶୁଣାଯାଉ ବୋଲି ମହାରାଷ୍ଟ୍ର ଓ ବିହାର ସରକାର କ୍ୟାଭେଟ୍‌ ଫାଇଲ କରିଛନ୍ତି । ରିୟାଙ୍କ ଆବେଦନ ଉପରେ ସୁଶାନ୍ତଙ୍କ ବାପା କ୍ରିଷ୍ଣା କିଶୋର ସିଂ ମଧ୍ୟ କ୍ୟାଭେଟ୍‌ ଫାଇଲ କରିଛନ୍ତି ।

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରେ ପରଦା ହଟାଇବା ପାଇଁ  ସିବିଆଇ ତଦନ୍ତ ଦାବି ଜୋର ଧରିଥିବା ବେଳେ  ଏନେଇ  ପ୍ରତିକ୍ରିୟା ରଖିଛନ୍ତି ବିହାର ଡିଜିପି । କହିଛନ୍ତି,   ଯଦି ସୁଶାନ୍ତଙ୍କ ବାପା ମାମଲାର ସିବିଆଇ ତଦନ୍ତ ଚାହୁଁଛନ୍ତି ସେଥିପାଇଁ ସେ ଦାବି କରିପାରିବେ।  ହେଲେ  ମାମଲାର ଉପଯୁକ୍ତ ତଦନ୍ତ ପାଇଁ ବିହାର ପୋଲିସ ସମର୍ଥ ବୋଲି ସେ କହିଛନ୍ତି । ଏହାରି ଭିତରେ  ବିହାରର ଏକ ତଦନ୍ତକାରୀ ଦଳ ମୁମ୍ବାଇରେ ଡେରା ପକାଇଛନ୍ତି ।  ମୁମ୍ବାଇ ପୋଲିସ ମଧ୍ୟ ତଦନ୍ତରେ ବିହାର ପୋଲିସ ସହଯୋଗ କରୁଥିବା କହିଛନ୍ତି ବିହାର ଡିଜିପି ।

ସେପଟେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ପୂରା ସ୍କାନ୍ କରିବାକୁ ଦାବି କରିଛନ୍ତି ଆମେରିକାରେ ରହୁଥିବା ସୁଶାନ୍ତଙ୍କ ଭଉଣୀ ଶ୍ବେତା  କିର୍ତ୍ତି । ଏଥି ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟ୍ବିଟରରେ ଏକ ନୋଟ ମଧ୍ୟ ପୋଷ୍ଟ କରିଛନ୍ତି. । ଏଥିରେ ସେ ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିବା ସହ  ସୁଶାନ୍ତଙ୍କୁ ନ୍ୟାୟ ମିଳିବ ବୋଲି ଆଶା ପ୍ରକଟ କରିଛନ୍ତି ।

ଜୁଲାଇ ୩୦ରେ ମୁମ୍ବାଇ ପୋଲିସ ନିକଟରୁ ମାମଲାକୁ ସିବିଆଇକୁ ସ୍ଥାନାନ୍ତର ନେଇ ହୋଇଥିବା ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ । ଏହି ମାମଲାରେ ସହିତ ସମ୍ପୃକ୍ତ  ନଥିବା ଆବେଦନକାରୀଙ୍କୁ ଯଦି କିଛି କହିବାର ଅଛି ତେବେ ମୁମ୍ବାଇ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ କୋର୍ଟ।  

   Related Posts