ପୁଣି ଥରେ ବଢିଲା ଆୟ କର ପୈଠ କରିବାର ଅନ୍ତିମ ତାରିଖ, ଟିକସଦାତାଙ୍କୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ମିଳିଲା ସୁଯୋଗ

Published By : Prameya-News7 Bureau | October 24, 2020 IST

ନୂଆଦିଲ୍ଲୀ ୨୪।୧୦: କରୋନା କାଳରେ ଆୟକର ବିଭାଗ କର ପୈଠ କରିବାର ଅନ୍ତିମ ତାରିଖର ଅବଧି ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି)ରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ଟିକସଦାତାଙ୍କୁ ୨୦୧୯-୨୦ ପାଇଁ ନିଜର ଟିକସ୍ ୨୦୨୦ ଡିସେମ୍ବର ୧୩ ସୁଦ୍ଧା ପୈଠ କରି ପାରିବେ। ଏହା ପୂର୍ବରୁ ଟିକସ ପୈଠ କରିବାର ଅନ୍ତିମ ତାରିଖ ୨୦୨୦ ନଭେମ୍ବର ୩୦ ରହିଥିଲା।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯେଉଁ ଟିକସଦାତାଙ୍କ ଟିକସ୍‌ରେ ଅଡିଟ୍ ରିପୋର୍ଟ ଲାଗେ ନାହିଁ ସେମାନେ ୨୦୨୦ ଡିସେମ୍ବର ୩୧ ସୁଦ୍ଧା ନିଜର ଟିକସ ପୈଠ କରି ପାରିବେ। ଆଉ ଯେଉଁ କରଦାତାଙ୍କ ଟିକସ୍‌ରେ ଅଡିଟ୍ ରିପୋର୍ଟ ଦେବାକୁ ପଡେ ସେମାନଙ୍କ ପାଇଁ ଆଇଟି ରିଟର୍ଣ୍ଣ ଭରିବାର ଅନ୍ତିମ ତାରିଖ ୨୦୨୧ ଜାନୁଆରୀ ୩୧ ନିର୍ଦ୍ଧାରିତ କରାଯାଇଛି।

ଏହା ପୂର୍ବରୁ ସରକାର ୨୦୧୯-୨୦ ମେ ପାଇଁ ଆୟକର କର ପୈଠ କରିବାର ଅନ୍ତିମ ତାରିଖ ବଢାଇ ୨୦୨୦ ନଭେମ୍ଵର ୩୦ କରିଥିଲେ। ଏହା  ବ୍ୟତୀତ କର ବିବାଦର ସମାଧାନ ପାଇଁ ‘ବିବାଦରୁ ବିଶ୍ଵାସ ଯୋଜନା’ର ଲାଭ ବିନା କୌଣସି ଶୁଳ୍କରେ ଉଠାଇବା ପାଇଁ ଏହାର ଅନ୍ତିମ ତାରିଖ  ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.