ଅଣ୍ଡରଟେକର୍ କହିଲେ ଅଲବିଦା, WWE ରିଙ୍ଗ୍‌ରେ ଆଉ ମିଳିବେନି ‘ଦି ଡେଡ୍ ମ୍ୟାନ୍’

Published By : Prameya-News7 Bureau | June 23, 2020 IST

ନ୍ୟୁୟର୍କ, ୨୩|୦୬:  WWE ରିଙ୍ଗ୍‌ର ସବୁଠାରୁ ଷ୍ଟାର୍ ଖେଳାଳି ଦି ଅଣ୍ଡରଟେକର୍ ଅବସର ବାବଦରେ ଘୋଷଣା କରିଛନ୍ତି । ସେ ନିଜ ଡକ୍ୟୁମେଣ୍ଟାରୀରେ ଏନେଇ ଫ୍ୟାନ୍‌ଙ୍କୁ ସୂଚନା ଦେବା ସହ ଆଉ ରିଙ୍ଗ୍‌କୁ ଫେରିବେ ନାହିଁ ବୋଲି କହିଛନ୍ତି । ଏହାପରେ ଟ୍ୱିଟରରେ ଥାଙ୍କୟୁଟେକର୍ ଟ୍ରେଣ୍ଟ କରିବାରେ ଲାଗିଥିଲା ।

{"id":290521,"width":687,"height":386,"sizeSlug":"large"}

ଅଣ୍ଡରଟେକରଙ୍କ ଘୋଷଣା ପରେ ଫ୍ୟାନମାନେ ଟ୍ୱିଟରରେ ପୋଷ୍ଟ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଗତ ୩୦ ବର୍ଷ ଧରି ଦି ଡେଡମ୍ୟାନ୍ ନାମରେ ପରିଚିତ ଅଣ୍ଡରଟେକର ନିଜ ଷ୍ଟାଇଲ୍, ଭିନ୍ନ ଅନ୍ଦାଜର ଫାଇଟିଂ କରି ପ୍ରସିଦ୍ଧି ଅର୍ଜନ କରିଥିଲେ । 

ସେ ନିଜ ଶେଷ ମ୍ୟାଚ୍ ରେସଲମାନିଆ ୩୬ରେ ଖେଳିଥିଲେ । ସେ ଏଜେ ଷ୍ଟାଇଲଙ୍କ ବିପକ୍ଷରେ ଏହି ମ୍ୟାଚ୍ ଖେଳିଥିଲେ । ଏହି ମ୍ୟାଚରେ ବିଜୟୀ ସହ ସେ ନିଜ କ୍ୟାରିଅର ସମାପ୍ତ କରିଥିଲେ । ସେ ନିଜ ଡକ୍ୟୁମେଣ୍ଟାରୀରେ କହିଛନ୍ତି ଯେ,  ଏହି ମ୍ୟାଚ୍ ତାଙ୍କ କ୍ୟାରିଅରର ଶେଷ ମ୍ୟାଚ ଥିଲା । ଯଦି WWE ଚେୟାରମ୍ୟାନ୍ ବିସ୍ କହିଲେ ସେ ଫେରିବେ ନା ନାହିଁ ତାହା ସମୟ ହିଁ କହିବ । ଯଦି କୌଣସି ସ୍ଥିତି ଉପୁଜେ ତେବେ ଏ ବାବଦରେ ସେ ବିଚାର କରିବେ । କିନ୍ତୁ ଏବେ ଆଉ ଫେରିବାକୁ ଇଚ୍ଛା ନାହିଁ ।

{"id":290522,"width":691,"height":388,"sizeSlug":"large"}

ଅଣ୍ଡରଟେକର୍ ସର୍ବପ୍ରଥମେ ୧୯୯୦ରେ WWEରେ ପ୍ରବେଶ କରିଥିଲେ । ସେ ଆସିବା ପରେ ପ୍ରଥମେ ହଲ୍କ ହୋଗେନଙ୍କୁ ପରାସ୍ତ କରିଥିଲେ । ଏହାପରେ ତାଙ୍କ ହାତରୁ କେହି ରକ୍ଷାପାଇନଥିଲେ । ରେଲସମାନିଆରେ ତାଙ୍କର ୨୫-୨ ର ଆକର୍ଷଣୀୟ ରେକର୍ଡ ରହିଛି । ୨୦ ବର୍ଷ ଧରି ତାଙ୍କ ରେକର୍ଡ ୨୧-୦ ବିଶ୍ୱରେକର୍ଡ କାଏମ ରହିଛି । ସେ ୧୩ ଥର WWE ଚାମ୍ପିଅନ ହୋଇଛନ୍ତି । ଏପରିକି ୨୦୦୭ରେ ରୟାଲ ରମ୍ୱଲ ମଧ୍ୟ ଜିତିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.