Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଡୁ ନାଇକଙ୍କ ଝିଅ ଆଉ ଏ ଦୁନିଁଆରେ ନାହାନ୍ତି: ମୃତା ଯୁବତୀଙ୍କ ମୁହଁରେ ରହିଛି ରାମ୍ପୁଡା ଚିହ୍ନ

10/05/2020 at 7:10 PM

ଦିଗପହଣ୍ଡି୧୦/୫: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କରପଡା ପଞ୍ଚାୟତ ଦେଓଖାଳି ଗ୍ରାମ ନିକଟ କଣ୍ଟେଇଯୋଡ଼ି ନଦୀପଠାରୁ ଜଣେ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀ ଜଣକ ହେଲେ ଦେଓଖାଳି ଗ୍ରାମର ଲଡୁ ନାଇକଙ୍କ ଝିଅ ପ୍ରମୋଦିନୀ ଓରଫ ଲତା ନାଇକ (୨୧ ବର୍ଷ)। ଚିକିଟି ଏସଡିପି ଏବଂ ନୂଆଗାଁ ଥାନା ଆଇ ଆଇ ସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ରବିବାର ସକାଳେ ମାଆ ରମା ନାଇକଙ୍କ ସହ ଲତା ଚାଷ ଜମିକୁ ରାଶି ଫସଲ ତଦାରଖ କରିବାକୁ ଯାଇଥିଲେ। ଚାଷ ଜମିରେ କାମସାରି ଲତା ନଦୀକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ଝିଅ ଲତା ଗାଧୋଇ ସାରି  କାଳେ ଘରକୁ ଫେରିଯାଇଥିବ ଭାବନା କରି ମାଆ ଲତା ଚାଷ ଜମିରୁ ଘରକୁ ଫେରିଥିଲେ।ଘରେ ଝିଅ ନଥିବା ଦେଖି ମାଆ ରମା ଝିଅକୁ ଖୋଜା ଖୋଜି କରିଥିଲେ ମଧ୍ୟ ଲତାର ସନ୍ଧାନ ମିଳିନଥିଲା। ପୂର୍ବାହ୍ନ ପ୍ରାୟ ୧୦ ଟାରେ ଗ୍ରାମର କେତେକ ବ୍ୟକ୍ତି ନଦୀପଠା ରେ ଲତାଙ୍କ ମୃତଦେହ ପଡିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଘର ଲୋକେ ସେଠାରେ ପହଞ୍ଚି ମୃତଦେହକୁ ଘରକୁ ନେଇ ଆସିଥିଲେ। ଏ ନେଇ ଗ୍ରାମରକ୍ଷୀ ଥାନାକୁ ଖବର ଦେବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ଯୁବତୀଙ୍କ ନାକରୁ ରକ୍ତ ବାହାରୁଥିବା ସହ ମୁହଁ ଓ ଶରୀରର ବିଭିନ୍ନ ଭାଗରେ ରାମ୍ପୁଡ଼ା  ଚିହ୍ନ ଥିବାରୁ ତାଙ୍କୁ ବଳାତ୍କାର ପରେ ଧରାପଡିଯିବା ଆଶଙ୍କାରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

   Related Posts