ବାଇକ ସହ ଭାସୁଛି ଅଜଣା ଯୁବକଙ୍କ ମୃତ ଶରୀର, ଅଗ୍ନିଶମ ଟିମ୍‌କୁ ଅପେକ୍ଷା

Published By : Prameya-News7 Bureau | November 14, 2020 IST

ସାନଖେମୁଣ୍ଡି ୧୪।୧୧: ଗଞ୍ଜାମ  ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ନିସ୍ତିପୁର କେନାଲରେ ଅଜଣା ଯୁବକଙ୍କ ମୃତ୍ୟୁ ଦେହ ଠାବ ହୋଇଛି। କେନାଲରେ ବାଇକ ସହ ଯୁବକଙ୍କ ମୃତ ଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ଘଟଣାର ସୂଚନା ପାଇ ପାଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଛି। ଯୁବକଙ୍କ ପରିଚୟ ମିଳିନାହିଁ । ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଅପେକ୍ଷା କରାଯାଇଛି। ଅଗ୍ନିଶମ ବିଭାଗ ଟିମ ପହଞ୍ଚି ଶବ ଉଦ୍ଧାର କରିବା ପରେ ଯୁବକଙ୍କ ପରିଚୟ ବା ସନ୍ଧାନ ମିଳିବ ବୋଲି ପୁଲିସ କହିଛି। ଘଟଣା ସ୍ଥଳରେ ଗ୍ରାମବାସୀଙ୍କ ଗହଳି ଲାଗି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.