ଅନଲାଇନ୍‌ ମାଧ୍ୟମରେ ଉଦ୍‌ଘାଟିତ ହେଲା ଡିଏଭି ପୋଖରୀପୁଟରେ ବାର୍ଷିକ ପ୍ରଦର୍ଶନୀ

Published By : Prameya-News7 Bureau | December 18, 2020 IST

ଭୁବନେଶ୍ୱର ୧୮।୧୨: ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ଡିଏଭି ପୋଖରୀପୁଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ବାର୍ଷିକ ପ୍ରଦର୍ଶନୀ କୋଭାକ୍‍ସିନ୍‍ ଅନ୍‍ଲାଇନ୍‍ ମାଧ୍ୟମରେ ଉଦ୍‍ଘାଟିତ ହୋଇଛି । ଏହି ପ୍ରଦର୍ଶନୀ ଚାରିଦିନ ଧରି ଚାଲିବ । ଗଣିତ, ବିଜ୍ଞାନ ,ଇଂରାଜୀ, ସାମାଜିକ ବିଜ୍ଞାନ, କମ୍ପ୍ୟୁଟର, କଳା ଆଦି ବିଭିନ୍ନ ବିଭାଗରେ ପ୍ରାୟ ୨୫୦ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ ସେମାନଙ୍କ ଯାଦୁକରୀ ସ୍ପର୍ଶରେ ପ୍ରକଳ୍ପ ଗୁଡିକ ଉପସ୍ଥାପନ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଆଜି ଉଦ୍‍ଘାଟନ ଉତ୍ସବରେ ପ୍ରତି ବିଭାଗରୁ ଜଣେ ଜଣେ ପ୍ରତିଭାଗୀ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।

{"id":379247,"sizeSlug":"large","linkDestination":"none"}

ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍‍ ଶ୍ରୀଯୁକ୍ତ ଅରୁଣ କୁମାର ରଥ ପ୍ରଦର୍ଶନୀକୁ ଉଦ୍‍ଘାଟନ କରି ବିଦ୍ୟାର୍ଥୀଙ୍କ ପ୍ରତିଭା ବିକାଶର ଏହା ପ୍ରକୃଷ୍ଟ ମାଧ୍ୟମ ହେବ ବୋଲି କହିଥିଲେ । ଡିଏଭି ଜୋନ୍‍-୧ର ଆଞ୍ଚଳିକ ଅଧିକାରୀ ଡ. କେ. ସି. ଶତପଥୀ ଉକ୍ତ କାର୍ଯ୍ୟକ୍ରମକୁ ଜୁମ୍‍ ପ୍ଲାଟଫର୍ମରେ ଯୋଗଦେଇ ପିଲାମାନଙ୍କ ସୃଜନଶୀଳତା ତଥା ବୌଦ୍ଧିକ ବିକାଶ ନିମନ୍ତେ ପ୍ରଦର୍ଶନୀ ଆୟୋଜନର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ତଥା ସହ ଆଞ୍ଚଳିକ ଅଧିକାରୀ ଡ. ସୁଜାତା ଛାତ୍ରଛାତ୍ରୀଙ୍କର ଏତାଦୃଶ ଅଭିନବ ପ୍ରକଳ୍ପ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କହିବା ସହ ସେମାନେ ସମାଜ ପାଇଁ ପାଇଁ ନୂତନ ଦିଗ୍‍ଦର୍ଶକ ସାଜନ୍ତୁ ବୋଲି ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ।

{"id":379244,"sizeSlug":"large","linkDestination":"none"}

ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଶିକ୍ଷୟିତ୍ରୀ ଜ୍ୟୋସ୍ନା ମଙ୍ଗରାଜଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅଭିଭାବକମାନେ ଅନ୍‍ଲାଇନ୍‍ ମାଧ୍ୟମରେ ଏହି ପ୍ରଦର୍ଶନୀକୁ ଦେଖି ବିଦ୍ୟାର୍ଥୀମାନଙ୍କ ପ୍ରତିଭାକୁ ଭୂୟସୀ ପ୍ରଂଶସା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.