ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ: ନିର୍ଭୟା ଦୋଷୀଙ୍କ ଓକିଲଙ୍କୁ ଜଜ୍‌ କହିଲେ, 'ନିଆଁ ସହ ଖେଳ ନାହିଁ'

Published By : Prameya-News7 Bureau | March 02, 2020 IST

ନୂଆଦିଲ୍ଲୀ୨/୩: ନିର୍ଭୟା ଦୋଷୀଙ୍କୁ କାଲି ଫାଶୀ ଦିଆଯିବ ନାହିଁ । ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଆଜି ଫାଶୀ ଉପରେ ରୋକ୍ ଲଗାଇଛନ୍ତି। କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୪ ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ।ଦୋଷୀ ପୱନ ଗୁପ୍ତାର କ୍ଷମା ଯାଚିକା ଏବେ ରାଷ୍ଟ୍ରପତିଙ୍କ ନିକଟରେ ଅଟକି ରହିଛି ।ତେଣୁ ସେମାନଙ୍କ କାଲି ଫାଶୀ ଦିଆଯାଇ ପାରିବ ନାହିଁ ।

{"id":231879,"sizeSlug":"large"}

ପୁଣି ଘୁଞ୍ଚିଲା ତାରିଖ । ପୁଣି କାନ୍ଦିଲେ ନିର୍ଭୟାଙ୍କ ମା' । ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ କାଲି ଫାଶୀ ଦିଆଯାଇପାରିବ ନାହିଁ । ମାର୍ଚ୍ଚ ୩ରେ ୪ ଦୋଷୀଙ୍କୁ ଫାଶୀ ଦେବାପାଇଁ ଜାରି ହୋଇଥିବା ଡେଥ୍ ୱାରେଣ୍ଟ ଉପରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ପୁଣି ରୋକ୍‌ ଲଗାଇଛନ୍ତି ।

{"id":231882,"sizeSlug":"large"}

ଏହାସହିତ ତୃତୀୟ ଥର ପାଇଁ ଟଳିଯାଇଛି ଫାଶୀ ତାରିଖ । ଜାନୁଆରୀ ୨୨ ଓ ଫେବ୍ରୁଆରୀ ୧ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବାର ତାରିଖ ଧାର୍ଯ୍ୟ ହୋଇ ଶେଷ ମୂହୁର୍ତ୍ତରେ ସ୍ଥଗିତ ରହିଥିଲା । ମାର୍ଚ୍ଚ ୩ରେ ମଧ୍ୟ ସେମାନଙ୍କୁ ଫାଶୀ ଦିଆଯାଇପାରିବ ନାହିଁ । ତେବେ ଏହି ରାୟ ଆସିବା ପରେ ନିର୍ଭୟାଙ୍କ ମା' ଆଶାଦେବୀ କହିଛନ୍ତି ଯେ ଆମର ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଅପରାଧୀଙ୍କୁ ସମର୍ଥନ କରେ ।ସେ ସରକାର ଏବଂ କୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି ଦୋଷୀ ମାନେ କେବେ ଦଣ୍ଡ ପାଇବେ ।

{"id":231880,"sizeSlug":"large"}

ଆଜି ପଟିଆଲା ହାଉସ୍ କୋର୍ଟରେ ଶୁଣାଣି ବେଳେ ଜଜ୍‌ ଧର୍ମେନ୍ଦ୍ର ରାଣାଦୋଷୀ ପୱନ  ଗୁପ୍ତାର ଓକିଲ ଏପି ସିଂହଙ୍କୁ କହିଥିଲେ ଯେ ନିଆଁ ସହିତ ଖେଳନାହିଁ । ଦୋଷୀ ପୱନ ଗୁପ୍ତା ତାର ସବୁ ଆଇନଗତ ବିକଳ୍ପ ବ୍ୟବହାର କରିବା ପାଇଁ ଦିଆଯାଇଥିବା ୭ ଦିନ ସମୟ ହାତଛଡ଼ା କରିଦେଇଛି ।

{"id":231881,"sizeSlug":"large"}

ଜଜ୍‌ ଦୋଷୀ ପୱନ ଗୁପ୍ତା ଓ ଅକ୍ଷୟ ସିଂ ପକ୍ଷରୁ ସ୍ଥଗିତାଦେଶ ପାଇଁ ଦାୟର କରାଯାଇଥିବା ଆବେଦନ କୋର୍ଟ ଖାରଜ କରିଦେଇଛନ୍ତି । ତେବେ ଓକିଲ ଏପି ସିଂହଙ୍କ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ କ୍ଷମା ଯାଚିକା ରାଷ୍ଟ୍ରପତିଙ୍କ ନିକଟରେ ଥିବାରୁ ଫାଶୀ ତାରିଖ ଘୁଞ୍ଚାଇ ଦିଆଯାଉ । କାଲି ଫାଶୀ ଦିଆଯିବା ପାଇଁ ଆଜି ପବନ ଜହ୍ଲାଦ ତିହାର ଜେଲରେ ପୂର୍ବପ୍ରସ୍ତୁତି ସ୍ବରୂପ ଡମିକୁ ଫାଶୀ ଦେଇଥିଲେ। ତେବେ ଏହା ପୂର୍ବରୁ ପୁଣି ଫାଶୀ ସ୍ଥଗିତ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.