ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ପହଞ୍ଚିଲା ୨୧ ଲକ୍ଷ ସିରିଞ୍ଜ: କୋଭିଡ୍‌ ଭ୍ୟାକ୍ସିନ୍ ପାଇଁ ଡାଟାବେସ୍ ପ୍ରସ୍ତୁତ

Published By : Prameya-News7 Bureau | December 29, 2020 IST

ଭୁବନେଶ୍ବର୨୯/୧୨: ବ୍ରିଟେନ୍‌ ଫେରନ୍ତାଙ୍କ ସହ କରୋନାର ନୂଆ ଷ୍ଟ୍ରେନକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ଓଡ଼ିଶାକୁ ପ୍ରଥମ ପର୍ଯ୍ୟାୟରେ ୨୧ଲକ୍ଷ ସିରିଞ୍ଜ ସହ କୋଭିଡ୍‌ ୧୯ ଟିକାର ସରଞ୍ଜାମ ଆସି ପହଞ୍ଚିଛି । ଭ୍ୟାକ୍ସିନ୍‌ ରଖିବା ପାଇଁ ୨୬ଟି ଆଇଏଲ୍‌ଆର୍‌ ମଧ୍ୟ ଆସିଛି । ଆଗକୁ ଆହୁରି ୩୩୯ଟି ଆଇସ୍‌ ରେଫ୍ରିଜେରେଟର ଆସିବ ।

ଏବେ ରାଜ୍ୟରେ ୩ଲକ୍ଷ ୨୬ ହଜାର ସ୍ବାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ଟିକାକରଣ ପାଇଁ ଡାଟାବେସ୍‌ ପ୍ରସ୍ତୁତ ହୋଇଛି। ଏସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ବିଜୟ ପାଣିଗ୍ରାହୀ । ସେହିଭଳି ଭାରତରେ ନୂଆ କରୋନା ଷ୍ଟେ୍ରନକୁ ନେଇ ଡିଏମଇଟି ନିର୍ଦେଶକ ଡାକ୍ତର ସିବିକେ ମହାନ୍ତିଙ୍କ କହିବା କଥା ଏହି ଭାଇରସ ପୂର୍ବ ଭାଇରସ ଠାରୁ କ୍ଷିପ୍ର ଗତିରେ ସଂକ୍ରମିତ କରିବ।

ଅଧିକ ଲୋକ ମଧ୍ୟ ସଂକ୍ରମଣର ଶିକାର ହେବେ । ଓଡ଼ିଶାରେ ପଜିଟିଭ୍‌ ଚିହ୍ନଟ ଲୋକଙ୍କ ଜେନମ ସିକଓ୍ବେନ୍ସ ଜାଣିବା ପାଇଁ ସେମାନଙ୍କ ନମୂନା ପୁନେକୁ ପଠାଯାଇଛି । ଜ୍ବର, ଝାଡ଼ା, କାଶ ଓ ଡାଇରିଆ ଏହି ନୂଆ ଭୂତାଣୁର ଲକ୍ଷଣ ବୋଲି  କୁହାଯାଇଛି । ସେହିଭଳି ନୂଆ ଷ୍ଟେ୍ରନର ଲକ୍ଷଣ ଓ ଚିକିତ୍ସା ବି ପୂର୍ବଭଳି ସମାନ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.