Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ରାଣୀ ପଣ୍ଡାଙ୍କ ସପକ୍ଷରେ ବାହାରିଲେ ନୃତ୍ୟ କଳାକାର: କହିଲେ…

17/11/2020 at 10:06 PM

ଭୁବନେଶ୍ବର୧୭/୧୧: ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ସପକ୍ଷରେ ବାହାରିଲେ ନୃତ୍ୟ କଳାକାର। ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ଯାତ୍ରା କଳାକାର ବାପି ପଣ୍ଡା ଏବଂ ରାଣୀ ପଣ୍ଡାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା। ଗୋଟେ ପଟେ ବାପି ପଣ୍ଡାଙ୍କ ସପକ୍ଷରେ ଯାତ୍ରା କଳାକାର ବାହାରୁଥିବା ବେଳେ ରାଣୀଙ୍କ ସପକ୍ଷରେ ନୃତ୍ୟଶିଳ୍ପୀମାନେ ବାହାରିଛନ୍ତି।

ସୋସିଆଲ ମିଡିଆରେ ରାଣୀ ବାପିଙ୍କୁ ଗାଳି ଗୁଲଜ କରିଥିବା ବାପି ଅଭିଯୋଗ କରିଥିଲେ। ଏ ନେଇ ବାପି କୋର୍ଟଙ୍କ ଦ୍ବାରସ୍ଥ  ହୋଇଥିଲେ ଉଭୟଙ୍କ କଳିକୁ ନେଇ ବିଭିନ୍ନ ଚର୍ଚ୍ଚା ହୋଇଥିଲା। ମଞ୍ଚ କଳାକାରଙ୍କୁ ଅନୁମତି ଦାବିରେ ମାଷ୍ଟରକ୍ୟାଣ୍ଟିନରେ କଳାକାରଙ୍କ ସହ ରାଣୀ ପ୍ରତିବାଦ କରିଥିଲେ।

ଏହି ସମୟରେ ରାଣୀ ବିଭିନ୍ନ ପଦାଧିକାରୀ ବ୍ୟକ୍ତିଙ୍କୁ ଦିଅର, ଦେଢ଼ଶୂର  କହି ସମ୍ବୋଧନ କରିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ରାଣୀ ଟ୍ରୋଲ ହୋଇଥିଲେ।

   Related Posts