Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ହସ୍ପିଟାଲର ୨ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ: କଟକ ଜିଲ୍ଲା ପ୍ରଶାସନ ନେଲା ତୁରନ୍ତ ଆକ୍ସନ

5/06/2020 at 1:02 PM

କଟକ୫/୬: କଟକ ସିଡିଏରେ ଥିବା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ଡାକ୍ତରଖାନାକୁ ବର୍ତ୍ତମାନ ପାଇଁ  ବନ୍ଦ କରି ଦିଆଯାଇଛି। ଚିହ୍ନଟ ହୋଇଥିବା ଦୁଇ ଜଣ କରୋନା ପଜିଟିଭ୍ ହେଲେ ଡାକ୍ତରଖାନାର ମହିଳା ସଫେଇ କର୍ମଚାରୀ ଓ ରାତି ଡ୍ୟୁଟିରେ ରହୁଥିବା ଜଣେ ଓ୍ବାଚମ୍ୟାନ।ଏହି ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।

ଏମାନଙ୍କ ସଂସ୍ପର୍ଶରେ ଆସିଥିବା ୧୭ ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯିବା ସହ ସେମାନଙ୍କର ସ୍ବାବ ପରୀକ୍ଷା ପାଇଁ ପଠାଯାଇଛି। ତେବେ ଏହି ଦୁଇ ଜଣ କାହା ସଂସ୍ପର୍ଶରେ ଆସିବା ପରେ ସଂକ୍ରମିତ ହୋଇଛନ୍ତି, ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ।ଆଜି ସକାଳୁ ପୁରା ମେଡିକାଲକୁ ସାନିଟାଇଜ୍ କରାଯାଇଛି।ତେବେ ବର୍ତ୍ତମାନ ମେଡିକାଲରେ ଚିକିତ୍ସା ଆରମ୍ଭ କରାଯିବ ନାହିଁ ଓ ଆଜି ଡାକ୍ତରଖାନା ଆସିଥିବା ସମସ୍ତ କର୍ମଚାରୀଙ୍କୁ ଫେରାଇ ଦିଆଯାଇଛି।

   Related Posts