JEE Main Result 2020 : ଜାରି ହେଲା ଜେଇଇ ଆଡଭାନ୍ସଡ ପାଇଁ କଟ୍ ଅଫ ମାର୍କ, ଜାଣନ୍ତୁ କେତେ ରହିଛି

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଲୀ ୧୨।୦୯: ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସି(ଏନଟିଏ) ଶୁକ୍ରବାର ରାତିରେ ୨୦୨୦ ଜେଇଇ ମେନ୍ସର ଫଳାଫଳ ଘୋଷଣା କରିଛି। ଏହାର ଘୋଷଣା ପରେ ପରେ ଏନଟିଏ ଜେଇଇ ଆଡଭାନ୍ସଡ ୨୦୨୦ ପ୍ରବେଶ ପରୀକ୍ଷା ପାଇଁ କଟ୍‌ ଅଫ ମାର୍କ ଜାରି କରିଛି।

କେବଳ ସେହି ଛାତ୍ରଙ୍କୁ ଜେଇଇ ୨୦୨୦ରେ ନାମ ଲେଖାଇବାକୁ ଅନୁମତି ଦିଆଯାଇଛି ଯେଉଁମାନେ ଜେଇଇ ମେନ ୨୦୨୦ ପରୀକ୍ଷାରେ ସଫଳ ହୋଇଛନ୍ତି। ଚଳିତ ବର୍ଷ ସାଧାରଣ ବର୍ଗଙ୍କ ପାଇଁ କଟ୍‌ ଅଫ ମାର୍କ ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ସବୁ ବର୍ଗ ଆର୍ଥିକ ଭାବେ ଦୁର୍ବଳ(ଇଡବ୍ଲ୍ୟୁଏସ), ଅନ୍ୟ ପଛୁଆ ବର୍ଗ(ଓବିସି), ଅନୁସୂଚିତା ଜାତି(ଏସସି), ଅନୁସୂଚିତ ଜନଜାତି(ଏସଟି) ଓ ଦିବ୍ୟାଙ୍ଗଙ୍କ ପାଇଁ କଟ୍‌ ଅଫ ମାର୍କ କମ କରାଯାଇଛି।

ଜେଇଇ ମେନ ୨୦୨୦ ପ୍ରବେଶ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶୀର୍ଷ ୨ ଲକ୍ଷ ୫୦ ହଜାର ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସ ୨୦୨୦ ପାଇଁ ଯୋଗ୍ୟ ଅଟନ୍ତି। ଜେଇଇ ଆଡଭାନ୍ସ ୨୦୨୦ ଲାଗି ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି।

ଚଳିତ ବର୍ଷ କେତେ ରହିଛି କେଟ୍‌ ଅଫ ମାର୍କ

ସାଧାରଣ ବର୍ଗ- ୯୦. ୩୭୬୫୩୩୫

ଆର୍ଥିକ ଭାବେ ଦୁର୍ବଳ ବର୍ଗ- ୭୦.୨୪୩୫୫୧୮

ଅନ୍ୟ ପଛୁଆ ବର୍ଗ(ଓବିସି)- ୭୨.୮୮୮୭୯୬୯

ଅନୁସୂଚିତ ଜାତି(ଏସସି)- ୫୦.୧୭୬୦୨୪୫

ଅନୁସୂଚିତ ଜନଜାତି(ଏସଟି)- ୩୯.୦୬୯୬୧୦୧

ଦିବ୍ୟାଙ୍ଗ- ୦.୦୬୧୮୫୨୪

ଉଲ୍ଲେଖଯୋଗ୍ୟ  ତେବେ ଚଳିତ ମାସ ପହିଲାରୁ ୬ ତାରିଖ ମଧ୍ୟରେ ସାରା ଦେଶରେ ୬ ଲକ୍ଷ ୩୫ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ଜେଇଇ ମେନ ପରୀକ୍ଷା ଲାଗି ୮.୫୮ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। ହେଲେ ସେଥିରୁ ୬ ଲକ୍ଷ ୩୫ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.