ହାତର ଆଙ୍ଗୁଠିରେ ଲୁଚି ରହିଥାଏ ଅନେକ ରୋଗର ଚିକିତ୍ସା : ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | October 16, 2019 IST

ହାତ ଏବଂ ଗୋଡ଼ର ଅଗ୍ରଭାଗକୁ ଆଙ୍ଗୁଠି କୁହାଯାଇଥାଏ। ମନୁଷ୍ୟଙ୍କ ପ୍ରତ୍ୟେକ ହାତ ଏବଂ ଗୋଡ଼ରେ ପାଞ୍ଚଟି ଲେଖାଏଁ ଆଙ୍ଗୁଳି ରହିଥାଏ। ସେହିଭଳି ମନୁଷ୍ୟଙ୍କ ମୋଟ ୨୦ଟି ଆଙ୍ଗୁଳି ରହିଥାଏ।

ବୁଢ଼ା ଆଙ୍ଗୁଳି : ଏହା ଫୁସଫୁସ ସହ ଜଡ଼ିତ ହୋଇଥାଏ। ହୃଦସ୍ପନ୍ଦନ କ୍ଷିପ୍ର ହେଲେ ବୁଢ଼ା ଆଙ୍ଗଳିକୁ ହାଲୁକାଭା​ବେ ହାତରେ ମସାଜ କରନ୍ତୁ।

ମଝି ଆଙ୍ଗୁଳି : ଏହା ସଞ୍ଚାଳନ ସହ ଜଡ଼ିତ ହୋଇଥାଏ। ମୁଣ୍ଡ ଘୂରାଇଲେ କିମ୍ବା ଥକ୍କା ଲାଗିଲେ ଅନାମିକା ଆଙ୍ଗୁଳିରେ ମସାଜ କଲେ ଆରାମ ମିଳିଥାଏ।

କାଣି ଆଙ୍ଗୁଳି : ଏହା କିଡନି ଏବଂ ମୁଣ୍ଡ ସହ ଜଡ଼ିତ ହୋଇଥାଏ। ଏହି ଆଙ୍ଗୁଳିକୁ ମସାଜ କରିବା ଦ୍ବାରା ମୁଣ୍ଡବ୍ୟଥା ଭଲ ହୋଇଯାଇଥାଏ ଏବଂ କିଡନି ସୁସ୍ଥ ରହିଥାଏ।

ତର୍ଜନି ଆଙ୍ଗୁଳି : ଏହା ଅନ୍ତ୍ର ସହିତ ଜଡ଼ିତ ହୋଇଥାଏ। ପେଟ ବ୍ୟଥା ହେଲେ ତର୍ଜନି ଆଙ୍ଗୁଳିକୁ ହାଲୁକା ଭାବେ ମସାଜ କଲେ ପେଟବ୍ୟଥା ଭଲ ହୋଇଯିବ।

ଅନାମିକା ଆଙ୍ଗୁଳି : ଏହା ମନୋଦଶା ସହ ଜଡ଼ିତ ହୋଇଥାଏ। ମନ ଖରାପ ହେଲେ ଏବଂ ଶାନ୍ତି ପାଇବା ପାଇଁ ଏହି ଆଙ୍ଗୁଳିକୁ ମସାଜ କରନ୍ତୁ। ଆପଣଙ୍କ ମୁଡ ଭଲ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.