ପଞ୍ଜାବରେ ମେ ୩ ତାରିଖ ଯାଏଁ ଜାରି ରହିବ କର୍ଫ୍ୟୁ : ରାଜ୍ୟ ସରକାରଙ୍କ ଘୋଷଣା, ଅପରିବର୍ତ୍ତିତ ରହିବ ସମସ୍ତ ନିୟମାବଳୀ

Published By : Prameya-News7 Bureau | April 20, 2020 IST

ଚଣ୍ଡୀଗଡ଼ ୨୦/୦୪ : କେନ୍ଦ୍ର ସରକାର ଘୋଷଣା କରିଥିବା ଲକଡାଉନ ଅବଧିକୁ ଜାରି ରଖିବା ପାଇଁ ପଞ୍ଜାବ ସରକାର ଘୋଷଣା କରିଛନ୍ତି | କରୋନା ସ୍ଥିତି ଦେଖି କେନ୍ଦ୍ର ସରକାର ଏପ୍ରିଲ ୧୪ ତାରିଖରେ ଘୋଷଣା କରିଥିଲେ ଯେ ଲକଡାଉନ ମେ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ | କେନ୍ଦ୍ର ସରକାରଙ୍କ ଘୋଷଣା ପୂର୍ବରୁ ପଞ୍ଜାବ ସରକାର ରାଜ୍ୟରେ କର୍ଫ୍ୟୁ ମେ ୧ ତାରିଖ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ଘୋଷଣା କରିଥିଲା |

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇବା ପାଇଁ ଘୋଷଣା କରିବା ପରେ ରାଜ୍ୟର ଗୃହ ବିଭାଗ ପତ୍ର ଜାରି କରିଥିଲେ | କେନ୍ଦ୍ର ସରକାରଙ୍କ ଆଦେଶ ଅନୁଯାୟୀ ପଞ୍ଜାବରେ ମଧ୍ୟ କର୍ଫ୍ୟୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇବା ପାଇଁ ପତ୍ରରେ ଜାରି କରାଯାଇଥିଲା | ଏହି ସମୟ ମଧ୍ୟରେ ପଞ୍ଜାବରେ ପୂର୍ବରୁ ଲାଗୁ ହୋଇଥିବା କର୍ଫ୍ୟୁ ସମ୍ବନ୍ଧିତ ନିୟମାବଳୀ ଏବଂ କରୋନା ଯୁଦ୍ଧରେ ଲାଗୁ ହୋଇଥିବା ସାମାଜିକ ସୁରକ୍ଷା ନିୟମ ଅପରିବର୍ତ୍ତିତ ରହିବ ବୋଲି ପଞ୍ଜାବ ସରକାର ଘୋଷଣା କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.