Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||

ଯୁଧିଷ୍ଠିର ପାଲଟିଲା କଂସ, କାନ୍ଦୁଥିବା ପୁଅକୁ ତଣ୍ଟିଚିପି ମାରିଦେଲା

22/05/2020 at 4:05 PM

ଜୁନାଗଡ଼୨୨/୫: ସୈତାନ ବାପାର ବର୍ବରକାଣ୍ଡ। ନିଜ ଜନ୍ମିତ  ଦୁଇ ବର୍ଷର ଶିଶୁପୁତ୍ରକୁ ବାପା ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜୁନାଗଡ଼ ଥାନା ତିଲଯୁଡି ଗାଁର ଏଭଳି ଘଟଣା ଘଟିଛି। ଜାରିଙ୍ଗ ଜଙ୍ଗଲରୁ ଶିଶୁର ଶବ ଉଦ୍ଧାର। ହତ୍ୟା ଅଭିଯୁକ୍ତ ବାପା ଯୁଧିଷ୍ଠିର ଶବରକୁ ଥାନାରେ  ଅଟକ ରଖାଯାଇଛି। ହତ୍ୟାକାରୀ ବାପା  ଯୁଧିଷ୍ଠିର ଜଣେ ମାନସିକ ରୋଗୀ ବୋଲି ସୂଚନା ମିଳିଛି। ଶିଶୁ କାନ୍ଦୁ ଥିବାରୁ ତଣ୍ଟିଚିପି ଦେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ପିଲାମାନେ କାନ୍ଦିବା ସ୍ବାଭାବିକ କଥା। ହେଲେ ନିଷ୍ଠୁର ବାପା କାହିଁକି ତଣ୍ଟିଚିପି ହତ୍ୟା କଲା ତାହା ସନ୍ଦେହ ଘେରରେ ରହିଛି। ହତ୍ୟା ପରେ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ସତ୍ୟାସତ କଣ ସେନେଇ ଛାନ୍‌ଭିନ୍ ଆରମ୍ଭ କରିଛି।

   Related Posts