Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଏହି ଛୋଟ ପିଲାର ଫଟୋ ବରବାଦ କରିଦେଇଥିଲା ହଜାର ଲୋକଙ୍କ ଜୀବନ, ଜାଣନ୍ତୁ ଭୟଙ୍କର ଘଟଣାର ରହସ୍ୟ

5/02/2019 at 3:41 PM

କିଛି ଫଟୋ ଦେଖିଲେ ଲାଗେ ଯେମିତି ଫଟୋରେ ଥିବା ଲୋକ ସାମ୍ନାରେ ଅଛନ୍ତି। କିଛି ଲୋକଙ୍କର ବିଶ୍ୱାସ ଯେ ଫଟୋରେ ଥିବା ବ୍ୟକ୍ତି ବାସ୍ତବରେ କଥା ବାର୍ତ୍ତା କରନ୍ତି। କିନ୍ତୁ ପେଟିଂରେ ଏମିତି କିଛି ଶକ୍ତି ଥାଏ ଯାହା ଅବିଶ୍ୱାସ କରିହେବ ନାହିଁ। ବିଶ୍ୱରେ ଏମିତି ଅନେକ କଳାକାର ଅଛନ୍ତି ଯଉଁମାନଙ୍କର ହାତ ତିଆରି ଚିତ୍ର କୋଟି କୋଟି ଟଙ୍କାରେ ବିକ୍ରି ହୁଏ।
ଜାଣନ୍ତୁ ଏମିତି ଏକ ପେଣ୍ଟିଂ ବିଷୟରେ ଯାହା ଲୋକଙ୍କୁ ଆକର୍ଷିତ ଓ ପ୍ରଭାବିତ କରିଛି । ଏହାକୁ ଦେଖି ଲୋକେ କ୍ରୋଧର ଶିକାର ମଧ୍ୟ ହୋଇଛନ୍ତି। ରିପର୍ଟ ଅନୁସାରେ ଇଟାଲୀର ଫେମସ ଚିତ୍ରକାର ଜିୟୋୱନି ବ୍ରଗୋଲିନ୍‌ ଏହି ଚିତ୍ର ଆଙ୍କିଥିଲେ। ପିଲାର କାନ୍ଦୁରା ମୁହଁ ଏହି ଚିତ୍ରରେ ଦେଖାଯାଇଛି।
ପେଣ୍ଟିଂଦେଖି ଅନେକ ଲୋକ ଭାବ ପ୍ରବଣ ହୋଇଥିଲେ। ଏହି ପେଣ୍ଟିଂକୁ କିଣିବା ପାଇଁ ଲୋକେ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଛନ୍ତି। ପେଣ୍ଟିଂର ଲୋକପ୍ରିୟତା ଦେଖି ଚିତ୍ରକାର ଏହାର ପୁରା ସିରିଜ ତିଆରି କରିଥିଲେ। ଜିୟୋୱନି ବ୍ରଗୋଲିନ୍‌ ଏହି ପେଟିଂର ନାଁ “ଦ କ୍ରାଇଂଗ ବୟ” ରଖିଥିଲେ। ୧୯୫୦ ମସିହା ପାଖା ପାଖି ଏହି ପେଣ୍ଟିଂ ତିଆରି ହୋଇଥିଲା। କିନ୍ତୁ କିଛି ସମୟ ପରେ ଏମିତି ଘଟଣା ଘଟିଥିଲା ଯାହା କେହିବି ଚିନ୍ତା କରିନଥିଲେ।
ପେଣ୍ଟିଂର ୩୫ ବର୍ଷ ପରେ ଲୋକେ ଏହା କହିଥିଲେ ଯେ ଯଉଁ ଘରେ ଏହି ପେଣ୍ଟିଂ ଲାଗେ ସେହି ଘରେ ନିଆଁ ଲାଗିଯାଏ। ପ୍ରଥମେ ଏହି କଥାକୁ କେହି ବିଶ୍ୱାସ କରିନଥିଲେ। କିନ୍ତୁ ଦିନକୁ ଦିନ ଏହା ସତ ପ୍ରମାଣ ହେବାକୁ ଲାଗିଥିଲେ। କିଣିଥିବା ଏହି ମନଲୋଭା ପେଟିଂକୁ ଲୋକେ ଘରୁ କାଢି ଜାଳିଦେଉଥିଲେ। ସମସ୍ତଙ୍କ ମନରେ ଡର ସୃଷ୍ଟି ହୋଇଥିଲା। ଏହି ପେଟିଂରେ କାନ୍ଦୁଥିବା ପିଲା ଗୋଟେ ଆତ୍ମା ବୋଲି ଆଜି ପର୍ଯ୍ୟନ୍ତ ଲୋକେ ବିଶ୍ୱାସ କରନ୍ତି।

 

   Related Posts