Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

କାଉ ଖାଉଛି ଦଶାହ ପିଣ୍ଡ, ମାଲିକ କରୁଛି ରୋଜଗାର : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

22/05/2021 at 11:06 AM

ନୂଆଦିଲ୍ଲୀ ୨୨/୫ : କରୋନା କାଳରେ ଲୋକଙ୍କ ଜୀବନ ଯାତ୍ରା ଠପ୍ ହୋଇପଡିଛି । ତାଲାବନ୍ଦ ପାଇଁ ଜୀବିକାରେ ପଡିଯାଇଛି ତାଲା । ହେଲେ କିଛି ଲୋକ ଅଛନ୍ତି ଏହି ତାଲାବନ୍ଦରେ ରୋଜଗାରର ନୂଆ ନୂଆ ତରିକା ଆପଣାଇବାରେ ଲାଗିଛନ୍ତି । ଏପରିକି କିଛି ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ବି ହେଉଛନ୍ତି । ଦଶାହ କର୍ମରେ କାଉଙ୍କୁ ଖାଇବାକୁ ଦେବାର ରୀତିନୀତି ଥିବାରୁ ଲୋକେ ଅଜବ ତରିକା ଆପଣାଇଛନ୍ତି ।

ରାଜଧାନୀରେ ଦିଲ୍ଲୀରେ ଜଣେ ବ୍ୟକ୍ତି ଗୋଟିଏ କାଉର ସାହାଯ୍ୟ ନେଇ ଦୈନିକ ରୋଜଗାର କରୁଛନ୍ତି ପୂଳା ପୂଳା ଟଙ୍କା । ଅର୍ଥାତ୍ ଆମ ହିନ୍ଦୁ ପ୍ରଥା ଅନୁସାରେ ଦଶାହ କାର୍ଯ୍ୟରେ ପିଣ୍ଡ ଦାନ କରାଯାଏ । କିନ୍ତୁ ଆଜିକାଲି କରୋନା ପାଇଁ ସବୁକିଛି ବନ୍ଦ ହୋଇପଡିଛି । ମରିଥିବା ଲୋକର ପିଣ୍ଡଦାନ ହେଉଛି ସତ କିନ୍ତୁ ପିତୃପୁରୁଷଙ୍କ ଆତ୍ମାର ତୃପ୍ତି ପାଇଁ କାଉମାନଙ୍କୁ ଦିଆଯାଇପାରୁନି ଖାଦ୍ୟ ।

ଫଳରେ ଜଣେ ବ୍ୟକ୍ତି ମସାଣିକୁ କାଉଟିଏ ଆଣିି ଭଡା ସୂତ୍ରରେ ପିଣ୍ଡଦାନରେ ନିୟୋଜିତ କରିଛନ୍ତି । କାଉ ଥରୁଟିଏ ଖୁଣ୍ଟିଦେଲେ ଲୋକେ ଭାବୁଛନ୍ତି ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ହୋଇଯାଉଛି । ସେପଟେ କାଉ ଥରେ ଖାଇଲେ ପଇସା ବି ବଢିଆ ମିଳୁଛି । ଏଭଳି ସୁଯୋଗ ଛାଡିବ ବା କିଏ । ଏହାରି ଫାଇଦା କାଉ ରଖଥିବା ମାଲିକ ବି ବସି ବସି ବେଶ ଦୁଇ ପଇସା ଲାଭ କରୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ରାଜଧାନୀ ଦିଲ୍ଲୀର ଏହି ଭିଡଓ ।

   Related Posts