ବନିସୀ କଣ୍ଟାରେ ଲାଗିଲା କୁମ୍ଭୀର, ସ୍ଥାନୀୟଲୋକଙ୍କ ସହଯୋଗରେ ଉଦ୍ଧାର ପରେ ବନବିଭାଗକୁ ହସ୍ତାନ୍ତର

Published By : Prameya-News7 Bureau | May 01, 2020 IST

ସୋର ୦୧।୦୫ : ଯାଇଥିଲେ ମାଛ ଧରିବାକୁ କିନ୍ତୁ ବନିସୀ କଣ୍ଟାରେ ଲାଗିଲା କୁମ୍ଭୀର । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ସାରଙ୍ଗ ଅଞ୍ଚଳର ଘଟିିଛି ଏପରି ଘଟଣା । ନଦୀରେ ମାଛ ମାରିବାରୁ ବନିସୀ କଣ୍ଟା ପକାଇଥିଲେ କିନ୍ତୁ ସକାଳ ସମୟରେ ଦେଖିବାରୁ କଣ୍ଟାରେ ମାଛ ବଦଳରେ କୁମ୍ଭୀର ଲାଗିଛି ।

କାଂଶବାଂଶ ନଦୀରୁ ୬ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର ହୋଇଛି । ଭଦ୍ରକ ଜିଲା ବାସୁଦେବପୁର ଥାନା ସାରଙ୍ଗ ଗ୍ରାମର ଜଣେ ବ୍ୟକ୍ତି ବାଲେଶ୍ଵର ଭଦ୍ରକ ସୀମାରେ ପ୍ରବାହିତ କାଂଶବାଂଶ ନଦୀରେ ବଂଶୀ ପକାଇଥିଲେ। ଭୋର ନଦୀରୁ ବଂଶୀ ଉଠାଇବା ବେଳେ ଏକ ୬ଫୁଟ ଲମ୍ବର କୁମ୍ଭୀର ବନିସୀରେ ଲାଗିଥିବାର ଦେଖିବାକୁ ପାଇଥିଲା । ତେବେ କମ୍ଭୀର ଦେଖି ପାଟି କରି ଗାଁ ଲୋକମାନଙ୍କୁ ଡାକିଥିଲେ ଏବଂ  କୁମ୍ଭୀରକୁ ଉଦ୍ଧାର କରିବା ସହ ବନ ବିଭାଗକୁ ଖବର ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.