Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କ୍ରାଇମବ୍ରାଞ୍ଚ ଜାରି କଲା ଆଡଭାଇଜରି: କରୋନା ସଂପର୍କରେ କୌଣସି ଭିତ୍ତିହୀନ ଓ ବିଭ୍ରାନ୍ତିକର ତଥ୍ୟ ଦିଅନ୍ତୁ ନାହିଁ

10/04/2020 at 1:49 PM

ଭୁବନେଶ୍ବର୧୦/୪: କରୋନା ନେଇ କ୍ରାଇମ୍‌ବ୍ରାଞ୍ଚ୍ ତରଫରୁ ଆଡଭାଇଜରି ଜାରି ହୋଇଛି। ଲୋକଙ୍କୁ ସଚେତନତା କରିବାକୁ କ୍ରାଇମବ୍ରାଞ୍ଚ ଆଡଭାଇଜରି ଜାରି କରିଛି। କରୋନା ସଂପର୍କରେ କୌଣସି ଭିତ୍ତିହୀନ ଓ ବିଭ୍ରାନ୍ତିକର ତଥ୍ୟ ଦେବାକୁ ମନା କରିଛି କ୍ରାଇମ୍‌ବ୍ରାଞ୍ଚ।

ସେହିଭଳି କରୋନାକୁ ନେଇ ଫେକ୍ ୱେବ୍‌ସାଇଟ୍ ଓ ଇ-ମେଲ୍ ତିଆରି ନ କରିବାକୁ କୁହାଯାଇଛି। କରୋନା ନାଁରେ ନକଲି ଟିକା ଓ ସାନିଟାଇଜର ବିକ୍ରି ନ କରିବାକୁ କୁହାଯାଇଛି। କରୋନା ସ୍ପେଶାଲ୍ ଅଫର୍ ନାଁରେ କୌଣସି ଜିନିଷକୁ ଅନ୍‌ଲାଇନ୍‌ରେ ବିକ୍ରି କରାଯାଇପାରିବ ନାହିଁ। ହ୍ବାଟ୍‌ସଆପ୍ ଓ ଟେଲିଗ୍ରାମ୍‌ରେ କରୋନା ସଂପର୍କରେ ତଥ୍ୟ ଦେବାକୁ ମନା କରାଯାଇଛି।

ବିଶ୍ବସନୀୟ ସଂସ୍ଥା ତଥା ସରକାରୀ ସ୍ତରର ନିର୍ଭୁଲ ତଥ୍ୟ ଅନୁକରଣ କରିବାକୁ କୁହାଯାଇଛି। ସାଇବର ଠକେଇରୁ ଯଥା ସମ୍ଭବ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମିଥ୍ୟା ଖବର ଓ ଗୁଜବ ପ୍ରଚାର ଭଳି ଘଟଣାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ଆଡଭାଇଜାରି ଜାରି କରିଛି।

   Related Posts