Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଲାଏ ଡିଟେକସନ୍‌ରେ ବି କ୍ରାଇମବ୍ରାଞ୍ଚ ବିଫଳ: ପପୁ ଏବଂ ବିକାଶ କହିଲେ, ‘ଆମେ ସବୁ ଟେଷ୍ଟ ଦେବାକୁ ରାଜି’

25/08/2020 at 8:28 PM

ଭୁବନେଶ୍ବର୨୫/୮: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ରହସ୍ୟ ଖୋଜିବା ପାଇଁ ଲାଏ ଡିଟେକସନର ସାହାର ନେଇଛି କ୍ରାଇମବ୍ରାଞ୍ଚ । ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା ତାଙ୍କୁ ହତ୍ୟା କରାଯାଇଛି ଏହା ଜାଣିବା ପାଇଁ ଲାଏ ଡିଟେକସନର ସାହାର ନେଇଛି କ୍ରାଇମବ୍ରାଂଚ । ଏ ଘଟଣାରେ ସବୁ ପ୍ରକାର ତଦନ୍ତରେ ସହଯୋଗ କରିବେ ବୋଲି ଆଦିତ୍ୟଙ୍କ ସହଯୋଗୀ କହିଛନ୍ତି । ହେଲେ ଘଟଣାରେ କ୍ରାଇମବ୍ରାଂଚ ଲାଏ ଡିଟେକସନରୁ ସେଭଳି କୌଣସି ସଫଳତା ପାଇପାରିବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ । ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ଓ ଭିସେରା ରିପୋର୍ଟ ପାଇବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜାଣିବା କ୍ରାଇମବ୍ରାଂଚ ପଦାକୁ ଆଣୁ ବୋଲି ଦାବି ହୋଇଛି । ଶୁଣନ୍ତୁ ପପୁ କଣ କହୁଛନ୍ତି..

ସବୁ ଆଡୁ ନିରାଶ ହେବା ପରେ ଶେଷରେ ଲାଏ ଡିଟେକସନ ସାହାରା ନେଇଛି କ୍ରାଇମବ୍ରାଂଚ ।  ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଜାଣିପାରୁନଥିବା କ୍ରାଇମବ୍ରାଂଚ ଲାଏ ଡିଟେକସନ କରି ଏହି ରହସ୍ୟରୁ ପରଦା ଉଠାଇବାକୁ ଚେଷ୍ଟା ଆରମ୍ଭ କରିଛି । କ୍ରାଇମବ୍ରାଂଚ ପାଖରେ ପୋଷ୍ଟ ମର୍ଟମ ରିପୋର୍ଟ ଓ ଭିସେରା ରିପୋର୍ଟ ଥାଇ ବି ଆଦିତ୍ୟଙ୍କ ମୃତ୍ୟୁ କିଭଳି ହେଲା ତାହା ଜାଣିପାରୁନାହିଁ । ଏଭଳି ପରିସ୍ଥିତିରେ ଲାଏ ଡିଟେକସନ କରି ସବୁ ରହସ୍ୟରୁ ପଦାକୁ ଆଣିବାକୁ ଚେଷ୍ଟା ଆରମ୍ଭ ହୋଇଛି । ଗୋଟାଏ ପଟେ ରାଜ୍ୟ ବାସୀଙ୍କ ମନରେ ଉଠୁଥିବା ଅସମାହିତ ପ୍ରଶ୍ନ ଅନ୍ୟ ପଟେ କ୍ରାଇମବ୍ରାଂଚ ନିଜ ଆଡେ ଉଠୁଥିବା ପ୍ରଶ୍ନ । ଶୁଣନ୍ତୁ ବିକାଶ କଣ କହୁଛନ୍ତି…

ଏଭଳି ପରିସ୍ଥିତିରେ ଲାଏ ଡିଟେକସନ କରି ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା ଆରମ୍ଭ ହୋଇଛି । କ୍ରାଇମବ୍ରାଂଚର ଯେ କୌଣସି ଜେରା ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଆଦିତ୍ୟଙ୍କ ସହଯୋଗୀ ପପୁ ଓ ବିକାଶ । କ୍ରାଇମବ୍ରାଂଚ ସ୍କାନରରେ ଥିବା ଏ ପପୁ ବିକାଶ ସମେତ ପ୍ରୀତମ ରହିଥିବା ବେଳେ ଏହି ଘଟଣାରେ ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା ସେ ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ତାହା କ୍ରାଇମବ୍ରାଂଚ ପ୍ରଥମେ ସ୍ପଷ୍ଟ କରୁ ବୋଲି ଦାବି ହୋଇଛି ।

ଟେକନିକାଲ ଦୃଷ୍ଟିରୁ ଦେଖିଲେ କୌଣସି ଘଟଣାରେ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଜାଣିବା ପାଇଁ ଫରେନସିକ ଯାଂଚ ପୂର୍ବରୁ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ ଆବଶ୍ୟକ । ଲାଏ ଟିଟେକସନରେ କେବଳ ସନ୍ଦେହରେ ଥିବା ଲୋକଙ୍କୁ ଜେରା କରିବା ସାରା ହେବ । ବୈଷୟିକ ଜ୍ଞାମ କୌଶଳ ବ୍ୟବହାର କରି ଫରେନସିକ ଯାଂଚ ବେଳେ ସନ୍ଦେହରେ ଥିବା ଲୋକଙ୍କ ପାଇଁ ତିଆରି କରାଯିବ ପ୍ରଶ୍ନାବଳୀ । ଏହି ପ୍ରଶ୍ନର ଉତ୍ତର ଦେବା ବେଳେ ସନ୍ଦେହରେ ଥିବା ଲୋକଙ୍କ ଶାରୀରିକ ପରିବର୍ତନ ନେଇ ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିବ ଫରେନସିକ ବିଭାଗ । ଏଭଳି ପରିସ୍ଥିତିରେ ଲାଏ ଡିଟେକସନ ବେଶ ସହଯୋଗ ହେବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ । ଲାଏ ଡିଟେକସନ ଟେଷ୍ଟ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନୁମତି ମଧ୍ୟ ଆବଶ୍ୟକ । ଆଇନ ଅନୁଯାୟୀ ଲାଏ ଡିଟେକସନ ଟେଷ୍ଟକୁ କୋର୍ଟ ମଧ୍ୟ ଗ୍ରହଣ କରନ୍ତି ନାହିଁ । କୌଣସି ନିଷ୍କର୍ସ ନ ପାଇଁ ଶେଷରେ ଲାଏ ଡିଟେନସନ କରିବା କ୍ରାଇମବ୍ରାଂଚର ଅପାରଗତାକୁ ପଦାରେ ପକାଇଛି ।

   Related Posts