ଚଣ୍ଡିଖୋଲ: ଗୋଚାଲାଣ ଗାଡି ଜବତ
26/01/2021 at 5:29 PM

ଚଣ୍ଡିଖୋଲ୨୬/୧: ମଙ୍ଗଳବାର ଚାରି ଚକିଆ ଗାଡିରେ ଅତ୍ୟନ୍ତ ଅମାନୁଷିକ ଭାବେ ୬ଟି ଗାଈକୁ ଭର୍ତ୍ତି କରି ଚାଲାଣ କରାଯାଉଥିଲା। ବେଆଇନ୍ ଗୋରୁ ଚାଲାଣ ବେଳେ ଛତିଆ ବଜରଙ୍ଗ ଦଳର କର୍ମୀମାନେ ଗାଡିକୁ ଅଟକ ରଖି ବୈରୀ ଥାନାରେ ଜିମା ଦେଇଥିଲେ। ଗାଈ ସବୁକୁ ଉଦ୍ଧାର କରାଯାଇଥିଲା। ଏପରି କି ଅସୁସ୍ଥ ଗାଈର ଚିକିତ୍ସା କରାଯାଇଥିଲା। ବୈରୀ ଓ ବଡଚଣା ଅଞ୍ଚଳରେ ନିୟମିତ ଏଭଳି ଭାବେ ବେଆଇନ ଗୋଚାଲାଣ ଚାଲି ଆସୁଥିଲେ ମଧ୍ୟ ସ୍ଥାନୀୟ ଥାନା ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
Related Posts
କାଜୁ ନିଲାମରେ ଚଞ୍ଚକତା ଅଭିଯୋଗରେ ମୋହନା ବିଡିଓ ନିଲମ୍ବିତ
5 March 2021