ଗଣମାଧ୍ୟମକୁ ଲକ୍ଷ୍ମଣରେଖା କହି ସତର୍କ କଲେ ଅଦାଲତ, ସୁଶାନ୍ତ ସିଂହ ମାମଲାରେ ଦାୟିତ୍ଵସଂପନ୍ନ ଖବର ଦେବା ଲାଗି ସଚେତନ କଲେ ବମ୍ବେ ହାଇକୋର୍ଟ
4/09/2020 at 10:01 PM

ମୁମ୍ବାଇ ୦୪।୦୯: ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଵାଭାବିକ ମୃତ୍ୟୁ ମାମଲାରେ ମିଡିଆ ଟ୍ରାଏଲ ବିରୋଧ ଆଦେଶ ଉପରେ ରୋକ୍ ଲଗାଇବା ପାଇଁ ମହାରାଷ୍ଟ୍ରର ଆଠ ପୂର୍ବତନ ପୋଲିସ ଅଧିକାରୀ ବମ୍ବେ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ଦାଖଲ କରିଛନ୍ତି।
ମାମଲା ଉପରେ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଏକ ଆଦେଶ ପାରିତ କରି କହିଛନ୍ତି ଗଣମାଧ୍ୟମ ଖବର ପ୍ରସାରଣ ସମୟରେ ନିଜର ଦାୟିତ୍ଵ ଏବଂ ମୂଲ୍ୟବୋଧକୁ ସମ୍ମାନ ଦେଉ। ଦାୟିତ୍ଵର ସହ ରିପୋର୍ଟିଂ କରୁ ବୋଲି ସଚେତନ କରାଇଛନ୍ତି। ବମ୍ବେ ହାଇକୋର୍ଟ କହିଛନ୍ତି, ଅଦାଲତ ଗଣମାଧ୍ୟମକୁ ଅପିଲ୍ କରୁଛି ଯେ ସେମାନେ ମୃତ୍ୟୁ ସମ୍ବନ୍ଧିତ ମାମଲାର ତଦନ୍ତରେ ସଂଯମ ରକ୍ଷା କରନ୍ତୁ। ଏହା ଫଳରେ ତଦନ୍ତରେ କୌଣସି ପ୍ରକାରର ବାଧା ଉତ୍ପନ ହେବ ନାହିଁ।
ଆବେଦନକାରୀଙ୍କ ମଧ୍ୟରେ ପୂର୍ବତନ ଡିଜିପି ପିଏସ ପସରିଚା, କେ ସୁବ୍ରମଣ୍ୟମ, ଡି ଶିବନନ୍ଦନ, ସଞ୍ଜିବ ଦୟାଲ, ସତୀଶ ଚନ୍ଦ୍ର ମାଥୁର ଓ ମୁମ୍ବାଇ ପୋଲିସର ପୂର୍ବତନ ଆୟୋଗ ମହେଶ ଏନ ସିଂହ, ଧନଞ୍ଜୟ ଏନ ଯାଦବ ଓ ପୂର୍ବତନ ଆତଙ୍କବାଦୀ ବିରୋଧୀ ଟିମ୍(ଏଟିଏସ)ର ମୁଖ୍ୟ କେ ପି ରଘୁବଂଶୀ ସାମିଲ।
ଆବେଦନକାରୀ କହିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ନିଜର ପକ୍ଷପାତ ପୂର୍ଣ୍ଣ ରିପୋର୍ଟିଂ କରି ଏବଂ ମିଥ୍ୟା ପ୍ରଚାର ଜରିଆରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି(ସିବିଆଇ) ଦ୍ଵାରା ଜାରି ଯାଞ୍ଚକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି। ଏଥିରେ ଜନତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ବିଶେଷ କରି ମୁମ୍ବାଇ ପୋଲିସ, ସ୍ଵାସ୍ଥ୍ୟ ବିଭାଗ ଓ ରାଜ୍ୟର ଅନ୍ୟ ଏଜେନ୍ସି ପ୍ରତି ଲୋକଙ୍କ ମନରେ ସନ୍ଦେହ ଭାବ ସୃଷ୍ଟି ହେଉଛି।
ଜନସ୍ଵାର୍ଥ ମାମଲାରେ ଏହାକୁ ନିନ୍ଦା କରି କୁହାଯାଇଛି ଯେ କିଛି ସମାଚାର ଚ୍ୟାନେଲ ମୁମ୍ବାଇ ପୋଲିସର ପ୍ରତିଷ୍ଠା ଖରାପ କରୁଛନ୍ତି। ଏହା ଉପରେ କୋର୍ଟ ପୁଣି ଥରେ ଗଣମାଧ୍ୟମକୁ ନିଜର ଲକ୍ଷ୍ଣଣରେଖା ବିଷୟରେ ଅବଗତ କରାଇ ସୁଶାନ୍ତି ସିଂହ ମାମଲାରେ ଦାୟିତ୍ଵସଂପନ୍ନ ରିପୋର୍ଟିଂ କରିବାକୁ ପରାମର୍ଶ ଦେଇଛନ୍ତ। ଆବେଦନକାରୀ ମନେ ଯାଚିକାରେ କହିଛନ୍ତି ଯେ, ମୁମ୍ବାଇ ପୋଲିସର ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିବାକୁ ପ୍ରୟାସ କରାଯାଉଛି।