Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଘରୁ ଟାଣି ନେଇ ଦମ୍ପତ୍ତିଙ୍କୁ ହତ୍ୟା, ୫ ଅଭିଯୁକ୍ତ ଗିରଫ, ୩ ଫେରାର

10/09/2020 at 3:42 PM

ଜୟପୁର ୧୦।୦୯: କୋରାପୁଟ ଜିଲ୍ଲାରେ ହତ୍ୟାକାଣ୍ଡକୁ ନେଇ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଘରୁ ଟାଣି ନେଇ ସ୍ଵାମୀ ଓ ସ୍ତ୍ରୀକୁ ନିର୍ମମ ହତ୍ୟା କରାଯାଇଛି। ଘଟଣାରେ ଖୋଳତାଡ କରି ଦଶମନ୍ତପୁର ବ୍ଲକ ସଦର ପୋଲିସ ୫ ଜଣଙ୍କୁ ଗିରଫ କରିଛି।। ହେଲେ ତିନି ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ବର୍ଗକୁ ମୃତ ଶରୀର ହସ୍ତାନ୍ତର କରିଛି।

ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦମ୍ପତିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପୋଲିସ ଥାନା ଅନ୍ତର୍ଗତ ଲୁଲା ପଞ୍ଚାୟତ ଅଧିନରେ ଥିବା ଘାଣ୍ଟ୍ରାଗୁଡ଼ା ଗାଁରେ ଘଟଣା ଘଟିଛି ।

ଅନ୍ୟପଟେ ଏହି ଘଟଣା ପରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ପୋଲିସ ଘଟଣାର ଛାନଭିନ ଜାରିରଖିଛି।  ସେହିପରି ମୃତ୍ୟୁ ବରଣ କରିଥିବା ଦମ୍ପତ୍ତି ହେଲେ  ୫୦ ବର୍ଷୀୟ ଲୋଛ ମୁଦୁଲି ଏବଂ ୪୫ ବର୍ଷୀୟ ଚିଙ୍ଗି ମୁଦୁଲି । ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ତିନିଜଣ ଫେରାର ଅଛନ୍ତି।

   Related Posts