ଦମ୍ପତି କରୋନା ଚିହ୍ନଟ ପରେ ବାକି ୫ ସଙ୍ଗରୋଧ କେନ୍ଦ୍ରରେ

Published By : Prameya-News7 Bureau | July 12, 2020 IST

ବାଲିତୁଠ୧୨/୭: ପାରାଦୀପ ଉପକଣ୍ଠ ଚଟୁଆ ପଞ୍ଚାୟତର ଗୋଟିଏ ପରିବାରର ଦମ୍ପତି କରୋନା ପଜିଟିଭ୍‌ ଜଣାପଡିବା ପରେ ଉକ୍ତ ପରିବାରର ବାକି ୫ ଜଣ ସଦସ୍ୟଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଛି। ସୂଚନା ମୁତାବକ, ପରିବାରର ଦୁଇଜଣ ସଦସ୍ୟ ମୁମ୍ବାଇରେ ରହି କାମ କରୁଥିଲେ। ଗତ ୩ ତାରିଖରେ ସେମାନେ ମୁମ୍ବାଇରୁ ଆସି ଗାଁରେ ପହଁଞ୍ଚିଥିଲେ। ସେମାନଙ୍କୁ ତୁରନ୍ତ ନୂଆଗାଁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଥିଲା। ଉଭୟଙ୍କ ସ୍ବାବ୍ ପରୀକ୍ଷା ପାଇଁ ଯାଇଥିବା ବେଳେ ପଜିଟିଭ୍ ଆସିଥିଲା। ଉଭୟଙ୍କୁ ପାରାଦୀପ କୋଭିଡ୍‌ ହସ୍ପିଟାଲକୁ  ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି।ଏହାପରେ ଉଭୟଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ତୁରନ୍ତ କ୍ବାରେଣ୍ଟାଇନ୍ ସେଣ୍ଟରକୁ ନିଆଯାଇଛି।ସେମାନଙ୍କ ସ୍ବାବ୍ ମଧ୍ୟ ପରୀକ୍ଷା ପାଇଁ ପଠାଯିବ। ଚଟୁଆରେ କରୋନା ରୋଗୀ ଚିହ୍ନଟ ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ସଚେତନ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.