Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଧନ୍ୟ ସେ ମା-ବାପା ! ସେକେଣ୍ଡ ହ୍ୟାଣ୍ଡ କାର ପାଇଁ ଦେଢ ଲକ୍ଷ ଟଙ୍କାରେ ନବଜାତ ଶିଶୁକୁ ବିକି ଦେଲେ ଦମ୍ପତ୍ତି

14/05/2021 at 9:35 PM

କନୌଜ ୧୪।୦୫: ଦାରିଦ୍ର୍ୟତା, ଅନଟନ, ଅଭାବ ଏବଂ ଖାଇବାକୁ ନପାଇଲେ ଶେଷରେ ଅନ୍ୟ ଉପାୟ ନପାଇ ବାପା-ମା ଶେଷରେ ନିଜ ଛୁଆକୁ ବିକ୍ରି କରିଥିବା ଅନେକ ଖବର ଆପଣ ଦେଖିଥିବେ। କିନ୍ତୁ କାର କିଣିବା ପାଇଁ ବାପା-ମା ନିଜ ଛୁଆକୁ ବିକି ଦେବା କଣ କେବେ ଶୁଣିଛନ୍ତି। ମାନବଜାତିକୁ ଲଜ୍ଜିତ ଏବଂ ସଂପର୍କକୁ କଳୁଷିତ କରି ଦେବା ପରି ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର କନୌଜରେ।

ଯେଉଁଠି ମା-ବାପା ପିଲାଟିଏ ପାଇଁ କେତେ ପୂଜାପାଠ କରନ୍ତି ଏବଂ ନିଜ ପିଲାର ସୁରକ୍ଷା ପାଇଁ ନିଜକୁ ଜଳାଞ୍ଜଳୀ ଦିଅନ୍ତି ଠିକ୍ ସେଠି ଏକ ଦମ୍ପତ୍ତି କାର କିଣିବା ପାଇଁ ନିଜର ନବଜାତ ଛୁଆକୁ ବିକ୍ରି କରିବାକୁ  ପଛେଇ ନାହାନ୍ତି। ଦେଢ ଲକ୍ଷ ଟଙ୍କାରେ ଶିଶୁକୁ ଏକ ବ୍ୟବସାୟୀଙ୍କୁ ବିକ୍ରି କରି ମା-ବାପା ସେକେଣ୍ଡ ହ୍ୟାଣ୍ଡ କାର କିଣିଛନ୍ତି। ଘଟଣାର ଖୁଲାସା ଶିଶୁର ଜେଜେ ବାପା ଓ ଜେଜେ ମା କରିଛନ୍ତି। ଉଭୟ ପୋଲିସ ସହ ଯୋଗାଯୋଗ କରି ମା-ବାପାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି।

ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ଅନୁଯାୟୀ, କନୌଜର ତିରଓ୍ଵା କୋତବାଲି ଅଞ୍ଚଳରେ ତିନି ମାସ ପୂର୍ବେ ଏହି ଶିଶୁର ଜନ୍ମ ହୋଇଥିଲା। ଜେଜେ ମା, ଜେଜେ ବାପା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ଓ ଜ୍ଵାଇଁ କାର କିଣିବା ପାଇଁ ନବଜାତ ଶିଶୁକୁ ଗୁରସହାୟଗଞ୍ଜର ଜଣେ ବ୍ୟବସାୟୀଙ୍କୁ ଦେଢ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ। ଇନ୍ସପେକ୍ଟର କୋତଓ୍ଵାଲ ଶୈଳେନ୍ଦ୍ର ମିଶ୍ର କହିଛନ୍ତି, ପିଲାଟି ଏବେ ମଧ୍ୟ ବ୍ୟବସାୟୀଙ୍କ କବଜାରେ ରହିଛି। ପୋଲିସ ମା ଓ ବାପାଙ୍କୁ ଜେରା କରୁଛି।

ସେପଟେ ଏକ ସେକେଣ୍ଡ ହ୍ୟାଣ୍ଡ କାର ପାଇଁ ମା-ବାପା ଦ୍ଵାରା ନବଜାତ ଶିଶୁକୁ ବିକ୍ରି କରିବା ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଥାନାରେ ମାମଲା ରୁଜୁ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଦମ୍ପତ୍ତି ନବଜାତକୁ ବିକ୍ରି କରି ମିଳିଥିବା ଦେଢ ଲକ୍ଷ ଟଙ୍କାରେ ସେକେଣ୍ଡ ହ୍ୟାଣ୍ଡ କାର ମଧ୍ୟ କିଣିଛନ୍ତି। ଏପରିକି ଆଠ ଦିନ ପର୍ଯ୍ୟନ୍ତ ମଧ୍ୟ ଘରର ବାକି ସଦସ୍ୟ ଏହି ଘଟଣା ବିଷୟରେ ଜାଣି ପାରିନଥିଲେ।

   Related Posts