ଜଙ୍ଗଲ କ୍ବାରେଣ୍ଟାଇନ୍‌ରେ ଅଛନ୍ତି ଦମ୍ପତି

Published By : Prameya-News7 Bureau | April 23, 2020 IST

ଝାରସୁଗୁଡା୨୩/୪: କରୋନାକୁ ନେଇ ଚାରିଆଡ଼େ ସତର୍କତା ଅବଲମ୍ବନ କରାଯାଉଛି। ସେଥିପାଇଁ ସରକାର ଲକ୍‌ଡାଉନ୍ ଅବଧିକୁ ଏପ୍ରିଲ ୧୪ରୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  ଏହାସହ ସରକାରୀ ନିୟମକୁ ମାନିବାକୁ ଉପଦେଶ ମଧ୍ୟ ଦିଆଯାଉଛି। ଏଥିସହ କେହି ବି ଜଣେ ଯେପରି ସାମାଜିକ ବାସନ୍ଦ ଭଳି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଯତ୍ନବାନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାରେ। ଝାରସୁଗୁଡା ଜିଲ୍ଲା ସୀମାନ୍ତ ଛତିଶଗଡ଼କୁ ଲାଗି ରହିଥିବା ଅତାବିରା ପଞ୍ଚାୟତରେ ଏକ ଦମ୍ପତି ଜଙ୍ଗଲରେ ଦିନ କାଟୁଛନ୍ତି।

ଛତିଶଗଡ଼ ରାଜ୍ୟ ସୀମାକୁ ଲାଗି ରହିଥିବା ଲଖନପୁର ବ୍ଲକ ଏମ, କଟାପାଲି ଗାଁର ଗୋଟିଏ ଦମ୍ପତ୍ତି ଏହି ଗାଁର ଜଣେ ବିବାହିତା ମହିଳା ନିଜ ସ୍ବାମୀଙ୍କ ସହ ଝଗଡା ହେବାରୁ ଘର ଛାଡ଼ି ପଳାଇଥିଲେ। ସେହି ମହିଳାଙ୍କୁ ତାଙ୍କ ସ୍ବାମୀ ଘରକୁ ନେବା ପାଇଁ ଚାହିଁବାରୁ ତାଙ୍କ ଗାଁ ଲୋକେ ହୋମ୍ କ୍ବାରେଣ୍ଟାଇନ୍ ରେ ରହିବାକୁ ବାଧ୍ୟ କରିଥିଲେ। ସେମାନେ ଗରିବ ଶ୍ରେଣୀର ହୋଇ ଥିବାରୁ ତାଙ୍କ ନିଜସ୍ୱ ସ୍ୱତନ୍ତ୍ର ଘର ନଥିବାରୁ ସେମାନେ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଞ୍ଚାୟତରେ ଥିବା ସ୍ୱତନ୍ତ୍ର ସରକାରୀ ସୁବିଧା ନେବାକୁ ଚାହିଁଥିଲେ। କିନ୍ତୁ କୁମର ଗାଁ ସ୍କୁଲରେ ଥିବା କ୍ବାରେଣ୍ଟାଇନ ଗୃହରେ ସେମାନଙ୍କୁ ସ୍ଥାନ ଦିଆଯାଇ ନଥିଲା। ଏହସହ ଗାଁରେ ତାଙ୍କୁ ପ୍ରବେଶ କରିବାକୁ ଦେଇ ନଥିଲେ ଗାଁ ଲୋକେ। ସେ ବାଧ୍ୟ ହୋଇ ଜଙ୍ଗଲରେ ଥିବା ପରିତ୍ୟକ୍ତ ଘରେ ଦିନ କାଟୁଛନ୍ତି ଦମ୍ପତ୍ତି। ଏହି ଦମ୍ପତିଙ୍କ ଭଲ ମନ୍ଦ ଯଦିଓ ଗ୍ରାମବାସୀ ବୁଝୁଛନ୍ତି ତଥାପି ପଞ୍ଚାୟତରେ ଥିବା ସ୍ୱତନ୍ତ୍ର ସୁବିଧା କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି।

ସମ୍ପ୍ରତି ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରି କରୋନା ମୁକାବିଲା ପାଇଁ ଶପଥ କରାଇବା ପରେ ସରକାରୀ ସୁବିଧା ପ୍ରଦାନ ନକରିବା ଏକ ଅରାଧ ବୋଲି ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ କୌଣସି ସରପଞ୍ଚ ନିୟମ ଭଙ୍ଗ କକେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ସାଂସଦ ସୁରେଶ ପୂଜାରୀ।ଏହି ମାମଲାରେ ଆମେ ଅତାବିରା ସରପଞ୍ଚ ଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିବା ସତ୍ତ୍ୱେ ସେ ଧାରା ଦେଇ ନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.