Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

କ୍ଵାରେଣ୍ଟାଇନ୍‌ରୁ ଖସିବାକୁ ଆମ୍ବ ବଗିଚା ଭିତରେ ଲୁଚିଥିଲେ ସ୍ୱାମୀ-ସ୍ତ୍ରୀ, କିନ୍ତୁ ଧରି ନେଲେ…

19/04/2020 at 6:51 PM

ଲକ୍ଷ୍ନୌ୧୯/୦୪: କରୋନାକୁ ନେଇ ଯେଉଁଭଳି ମାହୋଲ ସୃଷ୍ଟି ହେଲାଣି ଲୋକେ ଟେଷ୍ଟ ହେବା ନାଁ ଶୁଣିଲେ ଲୁଚୁଛନ୍ତି| ଏଭଳି ଏକ ମାମଲା ଲକ୍ଷ୍ନୌ ସରୋଜିନୀ ନଗରରେ ଘଟିଛି| ଏଠାରେ କରୋନା ସନ୍ଦିଗ୍ଧ ସ୍ୱାମୀ-ସ୍ତ୍ରୀ ଯାଞ୍ଚ ଓ ଚିକିତ୍ସାରୁ ବଞ୍ଚିବା ପାଇଁ ଗାଁରେ ଥିବା ଏକ ପାର୍କରେ ଲୁଚିଥିଲେ | କିନ୍ତୁ ପରେ ଗ୍ରାମ ପଞ୍ଚାୟତର ସତର୍କତା ଓ ସଚେତନତା ଯୋଗୁଁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଲୋକ ବନ୍ଧୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ତେବେ ଏମାନଙ୍କ ଯାଞ୍ଚ ରିପୋର୍ଟ ଏବେ ଯାଏଁ ଆସିନାହି।

ମାମଲା ସରୋଜିନୀ ନଗର ଗ୍ରାମ ପଞ୍ଚାୟତ ଖୁରମପୁର ପାଲାନହଡାର | ୨୮ ବର୍ଷ ବୟସ୍କ ଅର୍ଜୁନ ଗୌତମ ଏଠାରେ ଗତ ୭ ବର୍ଷ ହେଲା ସ୍ତ୍ରୀ ସାବିତ୍ରୀଙ୍କ ସହ ରହୁଛନ୍ତି | ସେ ନିଜ ଶ୍ୱଶୁର ଘରେ ରୁହି ପନିପରିବା ବ୍ୟବସାୟ କରନ୍ତି | ତାଙ୍କ ନିଜ ଘର ହସନଗଞ୍ଜରେ | ୧୫ ଦିନ ପୂର୍ବରୁ ସେ ନିଜ ଗାଁକୁ ଯାଇଥିଲେ | ସେଠାରେ ସେ ଦିଲ୍ଲୀରୁ ଆସିଥିବା ଜଣେ ଦମ୍ପତ୍ତିଙ୍କ ସମ୍ପର୍କରେ ଆସିଥିଲେ | ତାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା | ଜ୍ୱର ଓ କାଶ ହେବାରୁ ତାଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟରେ କୌନସୁ ସୁଧାର ନ ଆସିବାରୁ ଏବଂ ଅବସ୍ଥା ଗମ୍ଭୀର ହେବାରୁ ଡାକ୍ତର ତାଙ୍କୁ ହସ୍ପିଟାଲରୁ ଯିବା ପାଇଁ କହିଥିଲେ |

ଶ୍ୱଶୁର ଘରକୁ ଫେରିବା ପରେ ଅର୍ଜୁନଙ୍କୁ ତାଙ୍କ ଶ୍ୱଶୁର ସରୋଜିନୀ ନଗର ଅନ୍ତର୍ଗତ ଖୁସହାଲଗଞ୍ଜରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ | କିନ୍ତୁ ୨ ଦିନ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନଥିଲା | ସେଥିପାଇଁ ଡାକ୍ତର ଚିକିତ୍ସା କରିବା ପାଇଁ ମନା କରିଦେଲେ | ଅର୍ଜୁନ ପୁଣି ଆସି ଶ୍ୱଶୁର ଘରେ ରହିଲେ | ଇତି ମଧ୍ୟରେ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ବିଗିଡି ଯାଇଥିଲା | ସେ ମଧ୍ୟ ଜ୍ୱର ଓ କାଶରେ ପୀଡିତ ହୋଇଗଲେ | ଉଭୟଙ୍କ ଅବସ୍ଥା ଦେଖି ପଡୋଶୀ ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ଆଶଙ୍କା କରିଥିଲେ |

ଶୁକ୍ରବାର ଦିନ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ସରପଞ୍ଚ ତାଙ୍କୁ ହସ୍ପିଟାଲ ଯାଇ କରୋନା ଯାଞ୍ଚ କରିବାକୁ କହିଥିଲେ | ଯାଞ୍ଚ କରିବା ନାଁ ଶୁଣି ଅର୍ଜୁନ, ତାଙ୍କ ପତ୍ନୀ ସାବିତ୍ରୀ ଓ ଶ୍ୱଶୁର ଶିବନାଥ ଘରୁ ପଳାଇ ଗାଁ ବାହାର ଥିବା ଏକ ଆମ୍ବ ବଗିଚାରେ ଲୁଚିଥିଲେ | ସରପଞ୍ଚ ଗ୍ରାମବାସୀଙ୍କ ସହାୟତାରେ ୩ଜଣଙ୍କୁ ଖୋଜି ବାହାର କଲେ ଓ ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ | ତାପରେ ୧୦୮ ଆମ୍ବୁଲାନ୍ସ ଡାକି ୩ ସନ୍ଦିଗ୍ଧଙ୍କୁ ହସ୍ପିଟାଲ ପଠାଇଥିଲେ | ବର୍ତ୍ତମାନ ପୁରା ଗାଁରେ ଆତଙ୍କର ମାହୋଲ ରହିଛି | କାରଣ ଅନେକ ଗ୍ରାମବାସୀ ଏମାନଙ୍କ ସମ୍ପର୍କରେ ଆସିଥିଲେ | ତେବେ ୩ଜଣଙ୍କ କରୋନା ଯାଞ୍ଚ ରିପୋର୍ଟ ଏବେ ଯାଏଁ ଆସିନାହିଁ |

   Related Posts