ଦେଶର ସବୁଠୁ ଶକ୍ତିଶାଳୀ ରେଳ ଇଞ୍ଜିନ ପ୍ରସ୍ତୁତ, ଏକାକୀ ଟାଣିବ ମାଲଗାଡିର ୧୫୦ ଡବା

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭।୦୯: ଭାରତୀୟ ରେଲଓ୍ଵେ ମାଲଗାଡିରେ ଅଧିକରୁ ଅଧିକ ସାମଗ୍ରୀ କମ ସମୟରେ ପହଞ୍ଚାଇବାରେ ବଡ ସଫଳତା ହାସଲ କରିଛି। ଭାରତୀୟ ରେଲଓ୍ଵେ ‘ମେକ ଇନ ଇଣ୍ଡିଆ’ ଆଧାରରେ ଏବେ ଦେଶର ସବୁଠୁ ଶକ୍ତିଶାଳୀ ଇଞ୍ଜିନ ଡବ୍ଲ୍ୟୁଏଜି ୧୨ ଇଞ୍ଜିନ ନିର୍ମାଣ କରିଛି ଯାହା ଦେଢ କିମି ଲମ୍ବା ମାଲଗାଡିକୁ ଏକାକୀ ଟାଣି ପାରିବ।

ଏହାର ସବୁଠୁ ବଡ ବିଶେଷତ୍ଵ ଏହି ଇଞ୍ଜିନ ୧୨ ହଜାର ହର୍ସ ପାଓ୍ଵାରର। ଏହା ରେଲଓ୍ଵେର  ବିକାଶରେ ନୂତନ କ୍ରାନ୍ତି ଆଣିବ ଯେଉଁଥିରେ ଦେଶରେ ବିକାଶର ନୂତନ ମାର୍ଗ ଖୋଲିବ। ଏଥିରେ ବଡ ବଡ ଉଦ୍ୟୋଗଗୁଡିକୁ ବହୁତ ଲାଭ ମିଳିବ କାରଣ ଏହି ରେଳ ଇଞ୍ଜିନ ଏକାକୀ ୧୫୦ ଡବା ଟାଣିବ। ଏହି  ଇଞ୍ଜିନ ଭାରତର ସବୁଠୁ ଶକ୍ତିଶାଳୀ ଇଞ୍ଜିନ।

{"id":330916,"sizeSlug":"large"}

ଏହାକୁ ବିହାରର ମଧେପୁରାରେ ପ୍ରସ୍ତୁତ କରାଯାଇଛି। ଦେଶରେ ପ୍ରାୟ ଏହି ପରି ୮୦୦ ଇଞ୍ଜିନ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରେଳ ଇଞ୍ଜିନ ହରିୟାଣାର ହିସାରରେ ପହଞ୍ଚି ଯାଇଛି। ଲୋକୋ ପାଇଲଟଙ୍କୁ ଏହି ଇଞ୍ଜିନକୁ ଚଲାଇବାକୁ ପ୍ରଶିକ୍ଷଣ ଦିଆଯାଉଛି। ସେମାନଙ୍କୁ ଏହାର ଟେକ୍ନିକାଲି ସୂଚନା ଦିଆଯାଉଛି।

{"id":330917,"sizeSlug":"large"}

ହିସାରରେ ଦେଶର ଶକ୍ତିଶାଳୀ ରେଳ ଇଞ୍ଜିନର ସୂଚନା ଦେଇ ତେଲଓ୍ଵେ ଷ୍ଟେସନ ଅଧୀକ୍ଷକ କେଏଲ ଚୌଧୁରୀ କହିଛନ୍ତି ଇଞ୍ଜିନର ପରୀକ୍ଷଣ ସଫଳ ହୋଇ ସାରିଛି। ଖାସ୍ କଥା ଏହା ଯେ, ଦୁଇଟି ଇଲେକ୍ଟ୍ରିକ୍ ଇଞ୍ଜିନ ଏକାଠି କରି ଗୋଟିଏ ୟୁନିଟ୍ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ମାଲଗାଡିର ଅଧିକ ଡବା ଟାଣିବାର ଶକ୍ତି ରହିଛି। ୬ ହଜାର ହର୍ସ ପାଓ୍ଵାରର ଗୋଟିଏ ଇଞ୍ଜିନ ଏକାକୀ ମାଲଗାଡିର ୫୮ ରୁ ୬୦ ଡବା ଆଣି ପାରିବ। ମାତ୍ର ଦୁଇଟି ଇଞ୍ଜିନ ପ୍ରସ୍ତୁତ କରାଯାଇଛି। ଏହା ଡବ୍ଲ୍ୟୁଜି ୧୨ ଇଞ୍ଜିନ ମାଲଗାଡିର ୧୫୦ ଡବା ଟାଣିବାରେ ସକ୍ଷମ। ଏହା ଦେଶର ସବୁଠୁ ଶକ୍ତିଶାଳୀ ଇଞ୍ଜିନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.