ଏହି ୪ଜି କମ୍ପାନୀ ବିରୋଧରେ ସଂଗୀନ ଅଭିଯୋଗ ଆଣିଲା ଏୟାରଟେଲ ୪ ଜି କମ୍ପାନୀ, ଜାଣନ୍ତୁ ଘଟଣା କ’ଣ

Published By : Prameya-News7 Bureau | September 24, 2019 IST

ନୂଆଦିଲ୍ଲୀ୨୪|୯: ଦେଶର ଅନ୍ୟତମ ପ୍ରମୁଖ ଦୂରସଞ୍ଚାର କମ୍ପାନୀ ଏୟାରଟେଲ ଓ ଜିଓ ପୁଣିଥରେ ସାମ୍ନା ସାମ୍ନି ହୋଇଛନ୍ତି। ଅନ୍ୟ ନେଟ୍‌ଓ୍ବାର୍କର ଗ୍ରାହକଙ୍କ ପେମେଣ୍ଟ ସିଷ୍ଟମ ସହ ଜିଓ ଖେଳ ଖେଳୁଥିବା  ଏୟାରଟେଲ ଅଭିଯୋଗ କରିଛି।

 ସୂଚନାଯୋଗ୍ୟ ଯେ, ଏୟାରଟେଲର ଜଣେ ଅଧିକାରୀ ଜିଓ କମ୍ପାନୀ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଏକ ୪ଜି କମ୍ପାନୀର ପରିଚାଳକ ମନମାନି କରି ଅନ୍ୟ ନେଟଓ୍ବାର୍କକୁ ଯାଉଥିବା ଆଉଟଗୋଇଗିଂ କଲର ଘଣ୍ଟି ବାଜିବା(Ringing) ଅବଧିକୁ ହ୍ରାସ କରିଛି। କଲ ଓ ମିସକଲରେ ମଧ୍ୟ ଜିଓ ରିଗିଂଙ୍ଗ ହେବା ଅବଧି ହ୍ରାସ କରିଛି। ରିଗିଂଙ୍ଗ କମ୍ ସମୟ ହେବା ଯୋଗୁଁ ଅନ୍ୟ ନେଟଓ୍ବାର୍କର ଗ୍ରାହକ ଜିଓ ଗ୍ରାହକଙ୍କୁ କଲ କରିବାକୁ ବାଧ୍ୟ ହେଉଛନ୍ତି।

ଏହି ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଜିଓ କହିଛି ଯେ, ୟୁକେର କମ୍ପାନୀ ଭୋଡ଼ାଫୋନ ସହ ଗ୍ଲୋବାଲ କମ୍ପାନୀଗୁଡିକୁ ଜିଓ ଆଗ ଭଳି ରିଗିଂଙ୍ଗ ସମୟ ୨୦ ସେକେଣ୍ଡ ଦେଉଛି।

ଜିଓର ଜଣେ  ଅଧିକାରୀ ସୂଚନା ଦେଇଛନ୍ତି ଯେ, ଜିଓ ନେଟଓ୍ବାର୍କକୁ ଏକ-ଚତୁର୍ଥାଶ ମିସ କଲ ଆସିଥାଏ। ଅନ୍ୟ ନେଟଓ୍ବାର୍କର ଗ୍ରାହକ ଜିଓ ନେଟଓ୍ବାର୍କକୁ ଅଧିକ ମିସ କଲ ଦେଇଥାନ୍ତି। ଯାହାଫଳରେ ଅନ୍ୟ ନେଟ୍‌ଓ୍ବାର୍କକୁ ଜିଓ ଗ୍ରାହକ ଅଧିକ କଲ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.